fbpx

ଭୁଲରେ କରନ୍ତୁ ନାହିଁ ଏହି ୫ଟି କାମ: ନଚେତ୍ ପଡିପାରେ ଶ୍ରୀକୃଷ୍ଣଙ୍କ କୋପ ଦୃଷ୍ଟି

ଓଡିଆ ଧର୍ମ ଓ ପରମ୍ପରା ଅନୁଯାୟୀ ପ୍ରଭୁ ଶ୍ରୀକୃଷ୍ଣଙ୍କର ୧୨ ମାସରେ ୧୩ ପର୍ବ ପାଳନ କରାଯାଇଥାଏ । ସେଥିମଧ୍ୟରୁ ତାଙ୍କର ପ୍ରିୟ ପର୍ବ ହେଉଛି କୃଷ୍ଣ ଜନ୍ମାଷ୍ଟମୀ । ତେବେ କିଛି ସ୍ଥାନରେ ଗତକାଲି କୃଷ୍ଣ ଜନ୍ମାଷ୍ଟମୀ ଥିବାବେଳେ କିଛି ସ୍ଥାନରେ ଆଜି ମଧ୍ୟ ଜନ୍ମାଷ୍ଟମୀ ଖୁବ୍ ଧୁମଧାମରେ ପାଳନ କରାଯାଉଛି । ଏହି ଦିନ ଭକ୍ତମାନେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଆରାଧନା କରିବା ସହ ପ୍ରଭୁ କୃପା ଲାଭ କରିଥାନ୍ତି । ତେବେ ଏହି ଦିନ ଜଣାତରେ ହେଉ କିମ୍ବା ଅଜାଣତରେ କିଛି ଲୋକ ଏପରି ଭୁଲ କରିଥାନ୍ତି ଯେଉଁଥିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ କୋପ ଦୃଷ୍ଟି ପଡିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଜନ୍ମାଷ୍ଟମୀ ଦିନ କେଉଁ ସବୁ କାମ କରିବା ଉଚିତ୍ ନୁହେଁ ।

ଜନ୍ମାଷ୍ଟମୀରେ କରନ୍ତୁ ନାହିଁ ଏହି ୫ଟି କାମ:

୧-ଦର୍ଶନ କରନ୍ତୁ ନାହିଁ କୃଷ୍ଣଙ୍କ ପିଠି: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜନ୍ମାଷ୍ଟମୀ ଦିନ ଭୁଲରେ ବି ପ୍ରଭୁ ଶ୍ରୀକୃଷ୍ଣଙ୍କ ପିଠି ଦର୍ଶନ କରନ୍ତୁ ନାହିଁ । କାରଣ ଏହି ଦିନ କୃଷ୍ଣଙ୍କ ପିଠ ଦର୍ଶନ କରିବା ଦ୍ୱାରା ପୁଣ୍ୟ କମ୍ ହୋଇଥାଏ । ଏପରି ବି କୁହାଯାଏ ମାୟାବି ଅସୁର କାଲୟୱନର ପୁଣ୍ୟକୁ ସମାପ୍ତ କରିବା ପାଇଁ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କ ପିଠି ଦେଖାଇଥିଲେ ।

୨-ତୁଳସୀ ପତ୍ର ତୋଳନ୍ତୁ ନାହିଁ: ଜନ୍ମାଷ୍ଟମୀ ଦିନ ଭୁଲରେ ବି ତୁଳସୀ ପତ୍ର ତୋଳନ୍ତୁ ନାହିଁ । କାରଣ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂର୍ବ ଅବତାର ହେଉଛନ୍ତି ବିଷ୍ଣୁ , ଏବଂ ଭଗବାନ ବିଷ୍ଣୁଙ୍କୁ ତୁଳସୀ ବହିତ ପ୍ରୀୟ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଭଗବାନ ବିଷ୍ଣଙ୍କ ବିଗ୍ରହ ଶାଳଗ୍ରାମ ସହିତ ତୁଳସୀର ବିବାହ କରାଯାଇଥାଏ । ତେଣୁ ଜନ୍ମାଷ୍ଟମୀ ଦିନ ତୁଳସୀ ପତ୍ର ତୋଳିଲେ କୃଷ୍ଣଙ୍କ କୋପ ଦୃଷ୍ଟିପଡିଥାଏ ।

୩-ଭାତ ଠାରୁ ଦୂରେଇ ରୁହନ୍ତୁ : ହିନ୍ଦୁ ଧର୍ମ ଅନୁସାରେ ଜନ୍ମାଷ୍ଟମୀ ଦିନ ଭାତ ଖାଆନ୍ତି ନାହିଁ । ଜନ୍ମାଷ୍ଟମୀ ପରି ଏକାଦଶୀରେ ମଧ୍ୟ ଭାତ ଖାଇବା ଉଚିତ୍ ନୁହେଁ । ଏପରି କରିବା ଦ୍ୱାରା ପ୍ରଭୁଙ୍କ କୋପ ଦୃଷ୍ଟି ପଡିଥାଏ ।

୪-ପିଆଜ ରସୁଣ ସେବନ କରନ୍ତୁ ନାହିଁ: ଜନ୍ମାଷ୍ଟମୀ ଦିନ ହେଇ କିମ୍ବା ଅନ୍ୟ କୌଣସି ବ୍ରତ ଉପବାସ ହେଉ ସେହି ଦିନ ପିଆଜ ରସୁଣ ସେବନ ଠାରୁ ଦୂରେଇ ରୁହନ୍ତୁ । କାରଣ ପିଆଜ ରସୁଣ ଏକ ତାମସିକ ଭୋଜନ ହୋଇଥାନ୍ତି । ତେଣୁ ଏହି ଦିନ ଏହି ସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।

୫-କଳା ରଙ୍ଗର ସାମଗ୍ରୀ: ଜନ୍ମାଷ୍ଟମୀ ଦିନ ପ୍ରଭୁ ଶ୍ରୀ କୃଷ୍ଣଙ୍କୁ କୌଣସି କଳା ରଙ୍ଗର ସାମଗ୍ରୀ ଆର୍ପଣ କରନ୍ତୁ ନାହିଁ । ଏଥି ସହିତ କଳା ରଙ୍ଗର ବସ୍ତ୍ର ପରିଧାନ କରି ପ୍ରଭୁଙ୍କ ପୂଜା କରନ୍ତୁ ନାହିଁ ।

Get real time updates directly on you device, subscribe now.