fbpx

ମଙ୍ଗଳସୁତ୍ର ପିନ୍ଧିବା ସମୟରେ କରନ୍ତୁ ନାହିଁ ଏହି ଭୁଲ: ନଚେତ୍ ହୋଇପାରେ ଭୟଙ୍କର କ୍ଷତି

ହିନ୍ଦୁ ଧର୍ମରେ ଅନେକ ପ୍ରଥା, ପରମ୍ପରା ଓ ସଂସ୍କୃତି ରହିଛି । ବିଭିନ୍ନ ପରମ୍ପରାର ଭିନ୍ନ ଭିନ୍ନ ମହତ୍ତ୍ୱ ମଧ୍ୟ ରହିଥାଏ । ତେବେ ସେଥିମଧ୍ୟରୁ ୧୬ ଶୃଙ୍ଗାରର ମହତ୍ତ୍ୱ ସମ୍ପୂର୍ଣ୍ଣ ଭିନ୍ନ । ଏହି ପରମ୍ପରା ସାଧାରଣତଃ ବିବାହିତ ନାରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ୧୬ ଶୃଙ୍ଗାର ଦ୍ୱାରା ନାରୀମାନଙ୍କ ସୌନ୍ଦର୍ୟ୍ୟକୁ ବୃଦ୍ଧି ହେବା ସହ ସେମାନେ ସୌଭାଗ୍ୟବତୀ ମଧ୍ୟ ହୋଇଥାନ୍ତି । ଏଥିସହିତ ଏହି ୧୬ ଶୃଙ୍ଗାର ବିବାହିତ ନାରୀମାନଙ୍କ ସ୍ୱାମୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ଏହି ଶୃଙ୍ଗାରରେ ଜଣେ ବିବାହିତ ନାରୀ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେଉଛି ତା ଶଙ୍ଖା, ସିନ୍ଦୁର ଏବଂ ମଙ୍ଗଳ ସୂତ୍ର । କୁହାଯାଏ ଯେ ଜଣେ ବିବାହିତ ନାରୀ ତାର ସ୍ୱାମୀର ମଙ୍ଗଳ ଏବଂ ତା ଦୀର୍ଘାୟୁ ପାଇଁ ଏହି ସବୁ ଅଳଙ୍କାର ପରିଧାନ କରିଥାଏ । ତେବେ ବିବାହିତ ମହିଳାମାନେ ମଙ୍ଗଳ ସୂତ୍ର ପରିଧାନ ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । ନଚେତ୍ ଏହା ତାଙ୍କ ସ୍ୱାମୀଙ୍କ ପ୍ରତି ବିପଦ ଆଣିପାରେ । ବର୍ତ୍ତମାନ ଆସନ୍ତୁ ଜାଣିବା ମଙ୍ଗଳ ସୂତ୍ର ପିନ୍ଧିବା ସମୟରେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ମଙ୍ଗଳ ସୂତ୍ର ପିନ୍ଧିବାର ନିୟମ:ପାରମ୍ପରିକ ଅନୁସାରେ ମଙ୍ଗଳ ସୂତ୍ରରେ ୯ ଟି ପଟି ଥାଏ । ଯହାକି ମା ଦୂର୍ଗାଙ୍କ ୯ଟି ରୂପର ପ୍ରତିନିଧିତ୍ୱ କରିବା ସହତ ଶକ୍ତିର ପ୍ରତୀକ ଭାବେ ବିବେଚନା କରାଯାଏ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବିବାହିତା ମହିଳାମାନେ ମଙ୍ଗଳ ସୂତ୍ର ପରିଧାନ କରିବା ଦ୍ୱାରା ସେମାନଙ୍କ ବୈବାହିକ ଜୀବନ ସୁଖ ଶାନ୍ତିରେ କଟିଥାଏ । ତେବେ ଏହାକୁ ପରିଧାନ କରିବାର କିଛି ନିୟମ ରହିଛି ।
ଭଲ ଦିନରେ କିଣନ୍ତୁ ଏବଂ ପରିଧାନ କରନ୍ତୁ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳ ସୂତ୍ର କିଣିବା କିମ୍ବା ପରିଧାନ ସମୟରେ ସର୍ବଦା

ଏକ ଶୁଭ ମୁହୂର୍ତ୍ତ ଦେଖି ଏହି କାର୍ଯ୍ୟ କରନ୍ତୁ । ଏପରି କରିବା ଦ୍ୱାରା ମା ଦୂର୍ଗାଙ୍କ କୃପା ରହିବା ସହ ସ୍ୱାମୀଙ୍କର ମଧ୍ୟ ମଙ୍ଗଳ ହୋଇଥାଏ ।
ଅନ୍ୟ ଅଳଙ୍କାର ପରି ମଙ୍ଗଳସୂତ୍ର ଓହ୍ଲାନ୍ତୁ ନାହିଁ: ଅନ୍ୟ ଅଳଙ୍କାର ପରି ମଙ୍ଗଳ ସୂତ୍ରକୁ ବାରମ୍ବାର ବେକରୁ ଓହ୍ଲାନ୍ତୁ ନାହିଁ । ଏପରି କରିବା ଦ୍ୱାରା ଏହା ଆପଣଙ୍କ ବୈବାହିକ ଜୀବନରେ ପ୍ରଭାବ ପକାଇପାରେ । ଏଥିସହିତ ପାରିବାରିକ କଳହ ମଧ୍ୟ ଲାଗି ରହିଥାଏ ।

ସର୍ବଦା ମଙ୍ଗଳ ସୂତ୍ର ପରିଧାନ କରନ୍ତୁ : ପ୍ରତ୍ୟେକ ବିବାହିତା ନାରୀ ସର୍ବଦା ମଙ୍ଗଳ ସୂତ୍ର ପରିଧାନ କରିବା ଆବଶ୍ୟକ । କାରଣ ଏହା ଦ୍ୱାରା ଆପଣଙ୍କ ସୌନ୍ଦର୍ଯ୍ୟ ବଢିବା ସହ ସ୍ୱାମୀଙ୍କର ମଧ୍ୟ ମଙ୍ଗଳ ହୋଇଥାଏ ।

ଅନ୍ୟର ମଙ୍ଗଳ ସୂତ୍ର ପିନ୍ଧନ୍ତୁ ନାହିଁ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କେବେ ବି ଭୁଲରେ ମଧ୍ୟ ଅନ୍ୟର ମଙ୍ଗଳ ସୂତ୍ର ପରିଧାନ କରନ୍ତୁ ନାହିଁ । ଏପରି କରିବା ଅଶୁଭ ହେବା ସହ ବୈବାହିକ ଜୀବନରେ ଏହାର ଖରାପ ପ୍ରଭାବ ପଡିଥାଏ । ।

ମଙ୍ଗଳ ସୂତ୍ରରେ କଳାମାଳିର ସଠିକ୍ ବ୍ୟବହାର: ମଙ୍ଗଳ ସୂତ୍ରରେ ପ୍ରର୍ଯ୍ୟାପ୍ତ ପରିମାଣରେ କଳାମାଳିର ବ୍ୟବହାର କରନ୍ତୁ । ଏଥିସହିତ ମଙ୍ଗଳ ସୂତ୍ରରେ ସୁନାର ବ୍ୟବହାର କରନ୍ତୁ । ତେବେ ସୂନା ଥିବା ମଙ୍ଗଳ ସୂତ୍ର ଅର୍ଥାତ ସୂନା ମଙ୍ଗଳ ସୂତ୍ର ପରିଧାନ କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀ ଉଭୟଙ୍କର ମଙ୍ଗଳ ହୋଇଥାଏ । ଯେଉଁ ମହିଳାମାନେ ସର୍ବଦା ମଙ୍ଗଳ ସୂତ୍ର ପରିଧାନ କରିଥାନ୍ତି ସେମାନଙ୍କ ଉପରେ ଗୁରୁ ଗ୍ରହଙ୍କ କୃପା ରହିଥାଏ ।

Get real time updates directly on you device, subscribe now.