fbpx

କଣ ଆପଣ ଅଧିକ ମାତ୍ରାରେ ସାନିଟାଇଜର୍ ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ, ୧୧/୦୫ (ଓଡିଶା ଭାସ୍କର) : କରୋନା ମହାମାରୀର ଦ୍ୱିତୀୟ ଲହର ସାଂଘାତିକ ରୁପ ନେବାରେ ଲାଗିଛି । ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି ଏବଂ ଲକ୍ଷ ଲକ୍ଷ ସଂଖ୍ୟାରେ ସଂକ୍ରମିତ ହେଉଛନ୍ତି । ବର୍ତ୍ତମାନ ଏହାର ଅନେକ ଷ୍ଟ୍ରେନ୍ ମଧ୍ୟ ସାମନାକୁ ଆସିଲାଣି । ଯାହା ପରେ ଲୋକ ମାନଙ୍କ ଆହୁରି ଅଧିକ ସଚେତନ ହେବା ଜରୁରୀ ହୋଇ ପଡିଛି । ପ୍ରଥମରୁ ହିଁ ଲୋକ ମାନଙ୍କୁ ସଚେତନ ରକ୍ଷା କରିବା ପାଇଁ ପରାମର୍ଶ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ମାସ୍କ ପିନ୍ଧିବା, ହାତକୁ ସାନିଟାଇଜ୍ କରିବା, ସାମାଜିକ ଦୁରତା ରକ୍ଷା କରିବା ପାଇଁ ବାରମ୍ବାର ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଉଛି । ହେଲେ ଦରକାର ଠାରୁ ଅଧିକ ସାନିଟାଇଜ୍ ବ୍ୟବହାର କରିବା ଦ୍ୱାରା ଆମ ଶରୀରରେ ଏହାର ଖରାପ ପ୍ରଭାବ ପଡିଥାଏ ବୋଲି ବିଶେଷଜ୍ଞ ମାନେ ଚେତାବନୀ ଦେଇଛନ୍ତି ।

ବିଶେଷଜ୍ଞ ମାନଙ୍କ କହିବାନୁସାରେ, ସାନିଟାଇଜର୍ ପ୍ରସ୍ତୁତ କରିବା ସମୟରେ ବେଞ୍ଜାକ୍ଲୋନିୟମ୍ କ୍ଲୋରାଇଡ୍ ନାମକ ଏକ କେମିକାଲ୍ ବ୍ୟବହାର କରାଯାଏ । ଯାହା ଦ୍ୱାରା ହାତରେ ତଥା ଆମ ଚର୍ମରେ ଥିବା କୀଟାଣୁ ମାନେ ମରି ଯାଆନ୍ତି ବା ନଷ୍ଟ ହୋଇ ଯାଆନ୍ତି । ହେଲେ ଏହାର ଅଧିକ ବ୍ୟବହାର କରିବା ଦ୍ୱାରା ଏହି କେମିକାଲ୍ ଆମ ଚର୍ମ ପ୍ରତି କ୍ଷତି ପହଞ୍ଚାଇ ଥାଏ । ଏହାକୁ ଦରକାର ଠାରୁ ଅଧିକ ହାତରେ ଲଗାଇଲେ ହାତ କୁଣ୍ଡାଇ ହେବା, ପୋଡାଜଳା ହେବା ତଥା ଆଲର୍ଜି ହେବାର ଆଶଙ୍କା ରହିଥାଏ ।

ସେହିପରି ହ୍ୟାଣ୍ଡ ସାନିଟାଇଜର୍ ରେ ଟ୍ରାଇକ୍ଳୋସନ୍ ନାମକ ଏକ କେମିକାଲ୍ ବ୍ୟବହୃତ ହୁଏ । ଏହାର ଭଲ ଗୁଣ ହେଲା ଏହାକୁ ହାତରେ ଲଗାଇବା ମାତ୍ରେ ଖୁବ୍ ଶୀଘ୍ର ଏହା ଶୁଖିଯାଏ । ଏଥିପାଇଁ ବିଶେଷଜ୍ଞ ମାନେ ଏହାକୁ ସୀମିତ ମାତ୍ରାରେ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ତେଣୁ ଯଦି ଆପଣ ମାନଙ୍କ ଶରୀରରେ ଚର୍ମ ରୋଗଜନିତ କିଛି ରୋଗ ରହିଛି ତେବେ ଆପଣ ମାନେ ଡାକ୍ତରଙ୍କ ପରାମର୍ଶ ନେଇ ସାନିଟାଇଜର୍ ବ୍ୟବହାର କରନ୍ତୁ । ଅନ୍ୟପକ୍ଷରେ ବିଭିନ୍ନ ଦୋକାନ ମାନଙ୍କରେ ବିଭିନ୍ନ ବାସନା ଯୁକ୍ତ ସାନିଟାଜର୍ ଉପଲବ୍ଧ ଥାଏ । ଯାହା କୌଣସି ଏକ ଫ୍ଲେବର୍ କୁ ନେଇ ପ୍ରସ୍ତୁତ ହୋଇଥାଏ । ତାହା ଅଧିକ କ୍ଷତି ପହଞ୍ଚାଏ ବୋଲି ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

ଏହି ବାସନାଯୁକ୍ତ ହ୍ୟାଣ୍ଡ ସାନିଟାଜର୍ ରେ ଫୈଥଲେଟ୍ସ କେମିକାଲ ମିଶିଥାଏ । ଯଦି ଏହାର ଅଧିକ ବ୍ୟବହାର କରାଯାଏ ତେବେ ଏହା ଲିଭର୍ ଏବଂ କିଡନୀ ଉପରେ ପ୍ରଭାବ ପକାଇଥାଏ । ଯେଉଁ ମାନେ ପେଟ ରୋଗ ଅଥବା ପାଚନ ରୋଗରେ ପୀଡିତ ଅଛନ୍ତି । ସେହି ମାନଙ୍କୁ ଏହା ଅଧିକ କ୍ଷତି ପହଞ୍ଚାଇ ଥାଏ । ଖାସ୍ କରି ଛୋଟ ପିଲା ମାନଙ୍କ ଏହାର ବ୍ୟବହାର କରିବାକୁ ରୋକିବା ଦରକାର । ସେମାନେ ଖୁବ୍ କମ୍ ପରିମାଣର ବ୍ୟବହାର କଲେ ଭଲ । କାରଣ ସେମାନଙ୍କ ଚର୍ମ ଖୁବ୍ କୋମଳ ଏବଂ ସମ୍ବେଦନଶୀଳ ହୋଇଥାଏ । ତେଣୁ ଯେତେ ଦୁର ସମ୍ଭବ ଛୋଟ ପିଲାମାନଙ୍କୁ ସାନିଟାିଜର୍ ବଦଳରେ ସାବୁନରେ ହାତ ଧୋଇବାକୁ ଦେବା ଉଚିତ୍ ।

Get real time updates directly on you device, subscribe now.