fbpx

ଅଶାନ୍ତ ହେଲା ଷ୍ଟିଲ ସିଟି: ରାଉରକେଲାରେ ଡବଲ ମର୍ଡର, ହତ୍ୟାର କାରଣ ଅସ୍ପଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଷ୍ଟିଲ ସିଟି ରାଉରକେଲାରୁ ଆସିଛି ଏକ ବଡ଼ ଲୋମ ଟାଙ୍କୁରା ଖବରା । ରାଉରକେଲାରେ ଘଟି ଯାଇଛି ଡବଲ ମର୍ଡର । କନଷ୍ଟ୍ରକସନ କଲୋନୀରେ ଦେଖିବାକୁ ମିଳିଛି ଏପରି ଏକ ବଡ଼ ଅଘଟଣ । ତେବେ ଗୋଟିଏ ପରିତ୍ୟକ୍ତ ଘରୁ ଦୁଇ ଜଣ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ମୁତାବକ, ଦୁଇ ଯୁବକଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ହତ୍ୟା ପଛର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ଟାଙ୍ଗରପାଲି ପୋଲିସ ପହଞ୍ଚିବା ସହିତ ତଦନ୍ତ ଆରମ୍ଭ କରିଦେଇଛି । ରାଉରକେଲାର ସାର ନଗରୀ କନଷ୍ଟ୍ରକସନ କଲୋନୀରେ ଦେଖିବାକୁ ମିଳିଛି ଏହି ଅଘଟଣ । ଦୁଇ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମାତ୍ର ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଜୁଲାଇ ମାସରେ ଦେଖିବାକୁ ମିଳିଥିଲା ଏଭଳି ଏକ ହତ୍ୟାକାଣ୍ଡ । ସୁନ୍ଦରଗଡ଼ରେ ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କୁ କୋଦାଳରେ ହାଣି ଜଣେ ହତ୍ୟାକାରୀ ହତ୍ୟା କରିଥିଲା । ମାତ୍ର ଏହାର କିଛି ସମୟ ପରେ ହତ୍ୟାକାରୀକୁ କେହି ଜଣେ ମଧ୍ୟ ହତ୍ୟା କରିଥିଲା । ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ସାଲବିରା ଗ୍ରାମରେ ଏହି ଅଘଟଣ ଦେଖିବାକୁ ମିଳିଥିଲା । ତେବେ ଦୁଇଟି ଡବଲ ମର୍ଡର ଘଟଣାକୁ ନେଇ କଲୋନୀ ବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

Get real time updates directly on you device, subscribe now.