ଇରାନ-ଆମେରିକା ଯୁଦ୍ଧ ଭିତରେ ହଠାତ ସାଉଦି ଆରବରେ ଡୋଭାଲ
ଡୋଭାଲ ସାଉଦି ଆରବର ଶକ୍ତି ମନ୍ତ୍ରୀ, ବୈଦେଶୀକ ମନ୍ତ୍ରୀ ଓ ଏନ୍ଏସ୍ଏଙ୍କୁ ଭେଟିଲେ
Doval Saudi Visit: ଇରାନ-ଆମେରିକା ଯୁଦ୍ଧ ଭିତରେ ଭାରତ ସରକାରଙ୍କ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଅଚାନକ ସାଉଦି ଆରବ ଗସ୍ତରେ ଯାଇଛନ୍ତି। ଭାରତ ଓ ସାଉଦି ଆରବ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ବଜବୁତ କରିବା ପାଇଁ ସେ ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏଥିସହ ଉର୍ଜା ସହଯୋଗ ବଢ଼ାଇବା ଓ ଆଞ୍ଚଳିକ ଘଟଣା ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି।
ସାଉଦି ଗସ୍ତରେ କାହିଁକି ଗଲେ ଡୋଭାଲ୍?
ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇ ଭିତରେ ଅଚାନକ ସାଉଦିଆରବ ଗସ୍ତରେ ଯାଇଛନ୍ତି ଡୋଭାଲ୍। ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ଚୁକ୍ତି ହୋଇଛି। ସେପଟେ ଦେଖିବାକୁ ଗଲେ ମିଡିଲ ଇଷ୍ଟରେ ସାଉଦି ଆରବ ସହିତ ଭାରତର ଭଲ ସମ୍ପର୍କ ରହିଛି। ବାଣିଜ୍ୟ ବ୍ୟବସାୟରେ ମଧ୍ୟ ସେ ଭାରତର ପରମ ମିତ୍ର। ଏପରିସ୍ଥିତିରେ ସାଉଦି ଆରବ ସହିତ ଭାରତ ତାର ସମ୍ପର୍କକୁ ଆହୁରି ବଜବୁତ କରିବାକୁ ଚାହୁଁଛି। ସାଉଦିର ବରିଷ୍ଠ ଅଧିକାରୀଙ୍କ ସହିତ ଡୋଭାଲ ଆଲୋଚନାରୁ ଏହା ଜଣାପଡ଼ୁଛି।
ତେବେ ଏନେଇ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରଣଧୀର ଜୟସୱାଲ କହିଛନ୍ତି, ଡୋଭାଲ ସାଉଦି ଆରବର ଶକ୍ତି ମନ୍ତ୍ରୀ, ବୈଦେଶୀକ ମନ୍ତ୍ରୀ ଓ ଏନ୍ଏସ୍ଏଙ୍କୁ ଭେଟି ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ଖାଡ଼ି ଦେଶ ସହିତ ସମ୍ପର୍କ ମଜବୁତ କରିବା ପାଇଁ ସେ ସାଉଦି ଆରବ ଯାଇଛନ୍ତି ବୋଲି ଜୟସୱାଲ କହିଛନ୍ତି।
ସୂଚନାରୁ ପ୍ରକାଶ, ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ହୋଇଥିବା ସାମରିକ ଚୁକ୍ତିର ଏକ ଗୁପ୍ତ ଚିଠା ପ୍ରକାଶ ପାଇଥିଲା। ଯାହାକୁ ନେଇ ନାନା କଳ୍ପଜଳ୍ପନା ଲାଗି ରହିଥିଲା। ଯାହାକୁ ପାକିସ୍ତାର ଶତ୍ରୁ ରାଷ୍ଟ୍ରମାନେ ଚିନ୍ତା ପ୍ରକାଶ କରିଥିଲା। ଏହାର ମୁକାବିଲା ପାଇଁ ହୁଏତ ଅଜିତ ଡୋଭାଲ ଆରବ ଗସ୍ତ କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
