fbpx

US କୁ ଡ୍ରାଗନର ନାଲି ଆଖି: ତାଇବାନ ଉପରେ ଉଡିଲା ଚୀନର ୮ ବିମାନ, ୧୩ ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ: ଆମେରିକା ପ୍ରତିନିଧି ସଭାର ସ୍ପିକର ନାନ୍ସି ପେଲୋସିଙ୍କ ତାଇବାନ ଗସ୍ତ ପରେ ଚିହିଁକି ଉଠିଛି ଚୀନ । ଯୁଦ୍ଧ ପାଇଁ ସବୁ ବେଳେ ଧମକ ଦେଉଥିବା ବେଳେ ଏବେ କିଛି ଏମିତି କାରନାମା କରିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତାଇବାନ ନିକଟ ଦେଇ ଚୀନର ୬୮ଟି ବିମାନ ଏବଂ ୧୩ଟି ଯୁଦ୍ଧ ଜାହାଜ ଅତିକ୍ରମ କରିଛି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଚୀନର ଏହି ନୀତି ଓ ଉଦ୍ଦେଶ୍ୟକୁ ସହଜରେ ହଜମ କରି ପାରିନାହାନ୍ତି ତାଇବାନ ଏବଂ ଆମେରିକା ।

ଚୀନ ସେନାର ୬୮ ଯୁଦ୍ଧ ବିମାନ ଏବଂ ୧୩ଟି ଯୁଦ୍ଧ ଜାହାଜ ଅଭ୍ୟାସ ସମୟରେ ତାଇବାନର ଖୁବ ନିକଟରେ ଅତିକ୍ରମ କରିଛି । ତେବେ ଚୀନର ଏହି ନୀତିକୁ ନିନ୍ଦା କରିଛି ତାଇବାନର ରକ୍ଷା ମନ୍ତ୍ରାଳୟ । ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ସେନାଭ୍ୟାସରେ ବିମାନବାହକ ଜାହାଜ ଏବଂ ପରମାଣୁ କ୍ଷମତାରେ ବୁଡାଜାହାଜ ନିୟୋଜିତ କରିଛି ଚୀନ । ତାଇବାନକୁ ନିଜ ଦେଶର ଏକ ଅଂଶ ମାନୁଥିବା ବେଳେ ନାନ୍ସି ପେଲୋସିଙ୍କ ଗସ୍ତକୁ ନେଇ ଆପତ୍ତି ଜାହିର କରିଛି ଡ୍ରାଗନ । ଏହାକୁ ଏକ ଲଜ୍ଜାଜନକ ଘଟଣା ବୋଲି ମଧ୍ୟ ଚୀନ ପ୍ରକାଶ କରିଛି ।

ଏହା ମଧ୍ୟରେ ଆମେରିକାକୁ ପୁଣି ଥରେ ଏକ ବଡ ଚେତାବନୀ ଦେଇଛି ଚୀନ । ଏକ ବଡ ସଂକଟ ତିଆରି କରିବାକୁ ଯାଉଛି ଆମେରିକା । ଏଥିରୁ ଯଥା ସମ୍ଭବ ଆମେରିକା ବିରତ ରହୁ ବୋଲି କଡା ଭାଷାରେ କହିଛନ୍ତି ଚୀନର ବିଦେଶୀ ମନ୍ତ୍ରୀ ବାଙ୍ଗ ୟୀ । ସେପଟେ ଚୀନ ଉପରେ ଆରୋପ ଲଗାଇଛନ୍ତି ଆମେରିକାର ବିଦେଶ ମନ୍ତ୍ର ଅଣ୍ଟୋନୀ ବ୍ଲିଙ୍କନ । ଚୀନର ଏହି ସୈନ୍ୟଙ୍କ ଗତିବିଧି ତାଇବାନକୁ ଉକସାଇବା ପାଇଁ କରୁଥିବା ଆରୋପ ଲଗାଇଛନ୍ତି ଆଣ୍ଟୋନୀ ।

Get real time updates directly on you device, subscribe now.