fbpx

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ନିଶ୍ଚିତ: ୫.୫ ଲକ୍ଷରୁ ଅଧିକ ଭୋଟ୍ ହାସଲ କରି ରଚିବେ ଇତିହାସ

ନୂଆଦିଲ୍ଲୀ: ଓଡ଼ିଶାର ଶାସକ ବିଜୁ ଜନତା ଦଳ ବିଜେଡିର ସମର୍ଥନ ମିଳିବା ପରେ ଏନଡିଏ ପକ୍ଷରୁ ରାଷ୍ଟ୍ରପତିି ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ନିର୍ବାଚନ ରାସ୍ତା ଆହୁରି ସହଜ ହୋଇଛି । ଅନ୍ୟପଟେ ଏହି ଘଟଣାରେ ପ୍ରଭାବିତ ନହୋଇ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା କହିଛନ୍ତି ଯେ, ଏହା ଏକ ବିଚାରଧାରାର ଯୁଦ୍ଧ ଓ ଦେଶକୁ ‘ରବର-ଷ୍ଟାମ୍ପ ରାଷ୍ଟ୍ରପତି’ ଆବଶ୍ୟକ ।

ତେବେ ନବୀନ ପଟ୍ଟନାୟକ ଦଳର ସମର୍ଥନ ମିଳିବା ପରେ ମୁର୍ମୁଙ୍କର ପ୍ରାୟ ୫୨ ପ୍ରତିଶତ ଭୋଟ୍ (ପ୍ରାୟ ୫,୬୭,୦୦୦ ଭୋଟ୍) ହୋଇଛିି । ରାଷ୍ଟ୍ରପତି ନିର୍ବାଚନ ପାଇଁ ସମୁଦାୟ ୧୦,୮୬,୪୩୧ ଭୋଟ ରହିଛି । ମୁର୍ମୁଙ୍କୁ ମିଳିବାକୁ ଥିବା ଏହି ସମ୍ଭାବ୍ୟ ଭୋଟ୍ ମଧ୍ୟରୁ ୩,୦୮,୦୦୦ ଭୋଟ୍ ବିଜେପି ଏବଂ ଏହାର ସହଯୋଗୀ ଦଳରୁ ଆସିଛି । ଅନ୍ୟପକ୍ଷରେ, ବିଜେଡିର ପ୍ରାୟ ୩୨,୦୦୦ ଭୋଟ୍ ରହିଛି, ଯାହା ମୋଟ ଭୋଟ୍ ମୂଲ୍ୟର ୨.୯ ପ୍ରତିଶତ ।

ଜୁଲାଇ ୧୮ ରେ ହେବାକୁ ଥିବା ନିର୍ବାଚନରେ ୬୪ ବର୍ଷିୟା ମୁର୍ମୁଙ୍କୁ ସମର୍ଥନ କରିବାକୁ ବିଜେଡି ସଭାପତି ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି । ବର୍ତ୍ତମାନ ଇଟାଲୀ ଗସ୍ତରେ ଥିବା ପଟ୍ଟନାୟକ ମୁର୍ମୁଙ୍କୁ ଓଡ଼ିଶାର ଝିଅ କହି ସମର୍ଥନ କରିବାକୁ ନିବେଦନ କରିଛନ୍ତି ।

ତେବେ ବୁଧବାର ସକାଳେ ଭୁବନେଶ୍ୱର ଯିବା ପୂର୍ବରୁ ମୁର୍ମୁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ପ୍ରାଧାନ୍ୟ ରାଇରଙ୍ଗପୁରରେ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପରିସରରେ ଝାଡ଼ୁ କରିଥିଲେ ।

Get real time updates directly on you device, subscribe now.