fbpx

DRDO ଚାନ୍ଦିପୁରରେ ବାହାରିଲା ୫୮ଟି ପଦବୀ, ବିଜ୍ଞାପନ ପଢ଼ି ଆବେଦନ କରନ୍ତୁ

ଓଡ଼ିଶାର ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ (ଆଇଟିଆର), ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ୫୮ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଯୁବ ଗ୍ରାଜୁଏଟ ଓ ଟେକ୍ନିସିଆନମାନଙ୍କୁ ଏଥିରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କ୍ ଯାଇ ସବିଶେଷ ସୂଚନା ପଢ଼ିବା ପରେ ଆବେଦନ କରିବାକୁ ଅନୁରୋଧ ।

ଯେଉଁ ପ୍ରାର୍ଥୀମାନେ ୨୦୧୮, ୨୦୧୯, ୨୦୨୦, ୨୦୨୧ ଓ ୨୦୨୨ ବର୍ଷରେ ବି.ଇ/ ବି.ଟେକ/ ଡିପ୍ଲୋମା/ ବିବିଏ/ ବି.କମ/ ଡିଗ୍ରୀ ହାସଲ କରିଥିବେ ସେମାନେ ଏଥିରେ ଆବେଦନ କରିବାକୁ ଯୋଗ୍ୟ ହେବେ । ଏସସି/ ଏସଟି/ ଓବିସି/ ପିଡବ୍ଲ୍ୟୁଡି/ ଇଡବ୍ଲ୍ୟୁଏସ ବର୍ଗର ପ୍ରାର୍ଥୀଙ୍କୁ ନିମୟ ଅନୁଯାୟୀ ସୁବିଧା ଦିଆଯିବ । ପ୍ରାର୍ଥୀଙ୍କୁ ଅଫଲାଇନରେ ଆବେଦନ କରିବାକୁ ପଡ଼ିବ । ଆବେଦନର ଅନ୍ତିମ ତାରିଖ ହେଉଛି ଆସନ୍ତା ଅକ୍ଟୋବର ମାସ ୧୭ ତାରିଖ ।

ନୋଟିଫିକେସନ ଲିଙ୍କ: https://www.drdo.gov.in/sites/default/files/career-vacancy-documents/AdvtITR07092022.pdf

ୱେବସାଇଟ୍ ଲିଙ୍କ: www.drdo.gov.in

Get real time updates directly on you device, subscribe now.