fbpx

ଉଡ଼ାଣ ଭରିଲା DRDOର ମାନବ ବିହୀନ ବିମାନ, ସଫଳ ହେଲା ପ୍ରଥମ ପରୀକ୍ଷଣ

ବାଙ୍ଗାଲୋର: ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ)କୁ ଅତ୍ୟାଧୁନିକ ମାନବ ବିହୀନ ବିମାନ (ୟୁଏଭି) ବିକାଶରେ ବଡ଼ ସଫଳତା ମିଳିଛି । ଡିଆରଡିଓ ଅଟୋନୋମସ ଫ୍ଲାଇଙ୍ଗ୍ ୱିଙ୍ଗ୍ ଟେକ୍ନୋଲୋଜୀ ଡେମନଷ୍ଟ୍ରେଟର ସଫଳତାର ସହ ଏହାର ପ୍ରଥମ ଉଡ଼ାଣ ଭରିଛି । ବିନା ପାଇଲଟରେ ଉଡ଼ୁଥିବା ଏହି ବିମାନ, ଉଡ଼ାଣରୁ ଆରମ୍ଭ କରି ଲ୍ୟାଣ୍ଡିଂ ପର୍ଯ୍ୟନ୍ତ ସବୁ ନିଜେ କରିଥିଲା । ଡିଆରଡିଓ ଏକ ବିବୃତ୍ତିରେ କହିଛି ଯେ ଅଭ୍ୟାସ ଶୁକ୍ରବାର କର୍ଣ୍ଣାଟକର ଚିତ୍ରଦୁର୍ଗ ସ୍ଥିତ ଏରୋନଟିକାଲ ଟେଷ୍ଟ ରେଞ୍ଜରେ କରାଯାଇଥିଲା ।

ଏଏନଆଇ ଅନୂଯାୟୀ, ଡିଆରଡିଓ ଏହାର ବିବୃତ୍ତିରେ କହିଛି ଯେ ଏୟାରକ୍ରାଫ୍ଟର ଉଡ଼ାଣ ଭଲ ଭାବରେ ହୋଇଛି । ଏହି ଉଡ଼ାଣ ସଂପୂର୍ଣ୍ଣ ଭାବରେ ସ୍ୱୟଂଚାଳିତ ଥିଲା । ଏହି ଉଡ଼ାଣ ଭବିଷ୍ୟତରେ ମାନବବିହୀନ ବିମାନର ବିକାଶ ଦିଗରେ ଏକ ମହତ୍ୱପୂର୍ଣ୍ଣ ଜ୍ଞାନକୌଶଳକୁ ହାସଲ କରିବା ଦିଗରେ ମାଇଲ ଖୁଣ୍ଟ ହେବ । ଡିଆରଡିଓ ଅନୂଯାୟୀ ଏହି ୟୁଏବି ର ଡିଜାଇନ ଡିଆରଡିଓ ଅଧୀନରେ ବେଙ୍ଗାଲୁରୁରେ ଏକ ପ୍ରମୁଖ ରିସର୍ଚ୍ଚ ଲ୍ୟାବ୍ ଏରୋନଟିକାଲ ଡେଭେଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ଏଡିଇ) ପ୍ରସ୍ତୁତ କରିଛି । ଏହା ସଂପୂର୍ଣ୍ଣ ଭାବରେ ଭାରତରେ ନିର୍ମିତ ହୋଇଛି ।

ସେପଟେ ଡିଆରଡିଓ ର ଏହି ସଫଳତାରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏକ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଅଟୋମେଟିକ ବିମାନ ପ୍ରସ୍ତୁତ କରିବା ଦିଗରେ ଏହା ଏକ ବଡ଼ ଉପଲବ୍ଧି । ଏହାଦ୍ୱାରା ମହତ୍ୱପୂର୍ଣ୍ଣ ସେନ୍ୟ ପ୍ରଣାଳୀ ନିର୍ମାଣ ମାମଲାରେ ଆତ୍ମନିର୍ଭର ଭାରତ ଅଭିଯାନର ମାର୍ଗ ପ୍ରଶସ୍ତ ହେବ ।

Get real time updates directly on you device, subscribe now.