ପୁରୁଷଙ୍କଠାରେ ଟୋପା ଟୋପା ହୋଇ ପରିସ୍ରା ହେବା ହୋଇପାରେ ଏହି ବଡ଼ରୋଗର କାରଣ, ଏବେ ହିଁ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ
ପୁରୁଷଙ୍କଠାରେ ବୁନ୍ଦା ବୁନ୍ଦା ପରିସ୍ରା ହେଉଛି କି? ପ୍ରୋଷ୍ଟେଟ୍ ସମସ୍ୟା କିମ୍ବା UTIର ସଙ୍କେତ ହୋଇପାରେ
ଓଡ଼ିଶା ଭାସ୍କର ଡେସ୍କ: ଶରୀରରେ କୌଣସି ସମସ୍ୟା ଦେଖାଦେଲେ କିମ୍ବା ଶରୀର ଅସୁସ୍ଥ ହେବାକୁ ଲାଗିଲେ ପରିସ୍ରାରେ ତାର ସଙ୍କେତ ନଜର ଆସିଥାଏ । ପରିସ୍ରାର ରଙ୍ଗ ବଦଳିଯିବା କିମ୍ବା ପରିସ୍ରାରୁ ଦୁର୍ଗନ୍ଧ ଆସିବା ସାଧାରଣତଃ କୌଣସି ରୋଗର ଲକ୍ଷଣ ଦେଇଥାଏ । କିନ୍ତୁ ଆପଣ ଜାଣନ୍ତି କି, ପୁରୁଷଙ୍କଠାରେ ଟୋପା ଟୋପା ବା ବୁନ୍ଦା ବୁନ୍ଦା ହୋଇ ପରିସ୍ରା ହେବା ମଧ୍ୟ କୌଣସି ଗମ୍ଭୀର ରୋଗର ଲକ୍ଷଣ ହୋଇପାରେ?
ୟୁରିନ୍ ଇନ୍କଣ୍ଟିନେନ୍ସ କିମ୍ବା ଡ୍ରିବ୍ଲିଂ ଶରୀର ଭିତରେ ବଢ଼ୁଥିବା କୌଣସି ସମସ୍ୟାର ସଙ୍କେତ ହୋଇପାରେ, ଯାହାକୁ ସାଧାରଣ ଭାବି ଭୁଲ୍ କରିବା ଉଚିତ୍ ନୁହେଁ। ପୁରୁଷଙ୍କଠାରେ ଏଭଳି ସମସ୍ୟା ପ୍ରୋଷ୍ଟେଟ୍ ବୃଦ୍ଧିଠାରୁ ଆରମ୍ଭ କରି ୟୁରିନ୍ ଇନ୍ଫେକ୍ସନ୍ ପର୍ଯ୍ୟନ୍ତ ବିଭିନ୍ନ କାରଣରୁ ହୋଇପାରେ।
ପୁରୁଷଙ୍କଠାରେ ବୁନ୍ଦା ବୁନ୍ଦା ହୋଇ କାହିଁକି ହୁଏ ପରିସ୍ରା ?
ପ୍ରୋଷ୍ଟେଟ୍ ଗ୍ରନ୍ଥର ଆକାର ବୃଦ୍ଧି: ପୁରୁଷଙ୍କଠାରେ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବଢ଼ିଗଲେ ପରିସ୍ରା ଟୋପା ଟୋପା ହୋଇ ଆସିପାରେ। ପ୍ରୋଷ୍ଟେଟ୍ ବଢ଼ିବା ଦ୍ୱାରା ୟୁରେଥ୍ରା କିମ୍ବା ମୂତ୍ରନଳୀ ଚାପି ହୋଇଯାଏ, ଯାହାଫଳରେ ପରିସ୍ରାର ଧାର ଧୀମା ହୋଇଯାଏ। ଏହାଦ୍ୱାରା ବ୍ଲାଡର୍ କିମ୍ବା ମୂତ୍ରାଶୟ ସମ୍ପୂର୍ଣ୍ଣ ସଫା ହୋଇପାରେ ନାହିଁ ଏବଂ ପରିସ୍ରା କରିବା ସମୟରେ ଧୀମା ଧାର କିମ୍ବା ଟୋପା ଟୋପା ହୋଇ ପରିସ୍ରା ହେବା ସମସ୍ୟା ଦେଖାଦିଏ।
ପ୍ରୋଷ୍ଟେଟ୍ ବୃଦ୍ଧିର ଅନ୍ୟାନ୍ୟ ଲକ୍ଷଣ: ବାରମ୍ବାର ପରିସ୍ରା ଲାଗିବା, ବିଶେଷ କରି ରାତି ସମୟରେ, ପରିସ୍ରାର ଧାର କମିଯିବା, ବ୍ଲାଡର୍ ସମ୍ପୂର୍ଣ୍ଣ ଖାଲି ହୋଇନଥିବା ଭଳି ଅନୁଭୂତ ହେବା, ପ୍ରୋଷ୍ଟେଟ୍ ଅଞ୍ଚଳରେ ଭାରୀପଣ ଅନୁଭବ ହେବା ଇତ୍ୟାଦି ।
Uttarakhand Govt.
ପ୍ରୋଷ୍ଟେଟ୍ କ୍ୟାନ୍ସର: ପ୍ରୋଷ୍ଟେଟ୍ ଗ୍ରନ୍ଥି ବୃଦ୍ଧି ଏବଂ ଏହା ସହ ଜଡ଼ିତ ସମସ୍ୟାର ଅନ୍ୟତମ ବଡ଼ କାରଣ କ୍ୟାନ୍ସର ମଧ୍ୟ ହୋଇପାରେ। ପ୍ରୋଷ୍ଟେଟ୍ କ୍ୟାନ୍ସରର ଏକ ପ୍ରମୁଖ ଲକ୍ଷଣ ହେଉଛି ଟୋପା ଟୋପା ହୋଇ ପରିସ୍ରା ହେବା।
ପ୍ରୋଷ୍ଟେଟ୍ କ୍ୟାନ୍ସରର ଅନ୍ୟାନ୍ୟ ଲକ୍ଷଣ: ବାରମ୍ବାର ପରିସ୍ରା ଲାଗିବା, ପରିସ୍ରାର ଧାର ଦୁର୍ବଳ ହେବା, ପରିସ୍ରା ଆରମ୍ଭରୁ କଷ୍ଟ ହେବା ଏବଂ ଟୋପା ଟୋପା ହୋଇ ପରିସ୍ରା ହେବା, ପରିସ୍ରାରେ ରକ୍ତ ଆସିବା, ବୀର୍ଯ୍ୟରେ ରକ୍ତ ଦେଖାଯିବା, ଟ୍ୟୁମର୍ କାରଣରୁ ଯନ୍ତ୍ରଣା ହେବା, ଶିରା ଉପରେ ଚାପ ପଡ଼ିବାରୁ ଅସହଜ ଅନୁଭବ ହେବା, ପେଲଭିକ୍ ଏରିଆରେ କ୍ରମାଗତ ଯନ୍ତ୍ରଣା ରହିବା ଇତ୍ୟାଦି । ଗୁରୁତର ସ୍ଥିତିରେ ଦୁର୍ବଳତା, କ୍ଲାନ୍ତି, ଗୋଡ଼ ଫୁଲିବା ଏବଂ ହଠାତ୍ ଓଜନ କମିଯିବା ଭଳି ସମସ୍ୟା ଦେଖାଯିବା।
ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନ୍: ମହିଳାଙ୍କ ତୁଳନାରେ ପୁରୁଷଙ୍କଠାରେ ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନ୍ କମ୍ ଦେଖାଯାଏ, କିନ୍ତୁ ଏହା ଆଦୌ ଅସମ୍ଭବ ନୁହେଁ। ପୁରୁଷଙ୍କଠାରେ UTI ହେବାର ଅନ୍ୟତମ ଲକ୍ଷଣ ହେଉଛି ଟୋପା ଟୋପା ହୋଇ ପରିସ୍ରା ହେବା।
UTI ର ଅନ୍ୟାନ୍ୟ ଲକ୍ଷଣ: ବାରମ୍ବାର ପରିସ୍ରା ଲାଗିବା ଏବଂ ପରିସ୍ରା କଲାବେଳେ ପୋଡ଼ାଜଳା ହେବା, ପରିସ୍ରା ରୋକିବାରେ ଅସୁବିଧା ଅନୁଭବ ହେବା, ପରିସ୍ରାର ରଙ୍ଗ ବଦଳିଯିବା ଏବଂ ପରିସ୍ରା ଧୂସର ଦେଖାଯିବା, ପରିସ୍ରାରୁ ଦୁର୍ଗନ୍ଧ ଆସିବା, ପେଟର ତଳ ଭାଗରେ ଯନ୍ତ୍ରଣା ଅନୁଭବ ହେବା, ଜ୍ୱର ଆସିବା ଇତ୍ୟାଦି ।
କେବେ ନେବେ ଡାକ୍ତରଙ୍କ ପରାମର୍ଶ: ଯଦି ପରିସ୍ରା କରିବାରେ କୌଣସି ପ୍ରକାରର ଅସୁବିଧା ହେଉଛି, ଟୋପା ଟୋପା ହୋଇ ପରିସ୍ରା ଆସୁଛି କିମ୍ବା ଉପରେ ଉଲ୍ଲେଖ କରାଯାଇଥିବା କୌଣସି ବି ଲକ୍ଷଣ ଦେଖାଯାଉଛି, ତେବେ ବିନା ବିଳମ୍ବରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ।

