fbpx

‘ଗୋ ମୂତ୍ର’ ପିଇବା ଦ୍ୱାରା ଦୂର ହେବ କରୋନା:ବିଜେପି ବିଧାୟକଙ୍କ ମନ୍ତବ୍ୟ

ଉତ୍ତରପ୍ରଦେଶ ୦୮ । ୦୫ (ଓଡ଼ିଶା ଭାସ୍କର) : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର କଡ଼ା କଟକଣା ଲାଗୁ କରିଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର କରୋନା ଟିକାକୁ ଗୁରୁତ୍ତ୍ଵ ଦେବାରେ ଲାଗିଛନ୍ତି। ଏସବୁ ମଧ୍ୟରେ ଉତ୍ତର ପ୍ରଦେଶର ବଇରିଆର ବିଧାୟକ ସୁରେନ୍ଦ୍ରର ସିଂ କହିଛନ୍ତି ଯେ, କୋଭିଡ-୧୯କୁ ରୋକିବାକୁ ହେଲେ ଗୋ ମୂତ୍ର ପିଅନ୍ତୁ। ଏନେଇ ସେ ନିଜେ ଗୋ ମୂତ୍ର ପିଉଥିବାର ଭିଡିଓ ସୋସିଆଲ ମିଡିଆରେ ଛାଡ଼ିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁସାରେ ବିଜେପି ବିଧାୟକ କହିଛନ୍ତି ଯେ, ଗୋ ମୂତ୍ର ପିଇବା ଦ୍ୱାରା କରୋନା ସଂକ୍ରମଣକୁ ରୋକ ଯାଇପାରିବ । ଗୋ ମୂତ୍ର ପିଇବା ଦ୍ୱାରା ଲୋକଙ୍କ ପାଇଁ ଦିନକରେ ୧୮ ଘଣ୍ଟା କାମ କରିବା ପରେ ବି ସେ ସୁସ୍ଥ ରହୁଛନ୍ତି ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତିଦିନ ସକାଳେ ଖାଲି ପେଟରେ ଗୋ ମୂତ୍ର ପାନ କରିବା ଉଚିତ୍। ମୁଁ ବିଜ୍ଞାନକୁ ବିଶ୍ୱାସ କରେନି କିନ୍ତୁ ମୋର ଗୋ ମୂତ୍ର ଉପରେ ବିଶ୍ୱାସ ଅଛି। ଗୋ ମୂତ୍ର ପିଇଲା ବେଳେ ସତର୍କତା ଅବଲମ୍ବନ କରିବା ଉଚିତ୍। ଗୋ ମୂତ୍ର ପିଇବାର ଅଧଘଣ୍ଟା ପର୍ଯ୍ୟନ୍ତ କିଛି ଖାଇବା ବା ପିଇବା ଉଚିିତ୍‌ ନୁହେଁ। ଗୋ ମୂତ୍ର କେବଳ କୋଭିଡ-୧୯ ନୁହେଁ ବହୁ ମାରାତ୍ମକ ରୋଗର ପ୍ରତିଷେଧକ ଭାବେ ବ୍ୟବହାର କରାଯାଉଛି। ବିଶେଷକରି ହାର୍ଟ ରୋଗୀଙ୍କ ପାଇଁ ଏହା ବଡ଼ ଔଷଧ ଭାବେ କାର୍ଯ୍ୟ କରିଥାଏ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.