fbpx

ATM ନୁହେଁ ସିଧା ଟଙ୍କା ଭ୍ୟାନକୁ ଲୁଟି ନେଇଗଲା ଡ୍ରାଇଭର, ଥିଲା ୫୭ ଲକ୍ଷ ଟଙ୍କା

ନୂଆପଡ଼ା: ଅନେକ ସମୟରେ ଆପଣ ଏଟିଏମ ଲୁଟ୍ କଥା ଶୁଣିଥିବେ ବା ଦେଖିଥିବେ । ଏଟିଏମ ଲୁଟ୍ କରିବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି ଦୁର୍ବୁତ୍ତ । ବେଳେବେଳେ ସଫଳ ହୋଇଥାନ୍ତି ତ’ କେତେବେଳେ ଧରାପଡ଼ିଯାନ୍ତି । ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଏଟିଏମ ଭ୍ୟାନ୍ ଚଳାଉଥିବା ଜଣେ ଡ୍ରାଇଭର ସିଧା ଭ୍ୟାନ୍ ସହ ଲକ୍ଷ ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଛନ୍ତି ।

ଆଜ୍ଞା ହଁ ଏଭଳି ଏକ ଘଟଣା ଘଟିଛି ନୂଆପଡ଼ାରେ । ସୂଚନା ଅନୂଯାୟୀ, ନୂଆପଡ଼ା ଖଡ଼ିଆଳ ଏସବିଆଇ ମୁଖ୍ୟ ଶାଖାରୁ ଭ୍ୟାନ୍ ଟଙ୍କା ନେଇ ବାହାରିଥିଲା । କିନ୍ତୁ ସିକ୍ୟୁରିଟି ଗାର୍ଡ ଓ ୨ ବ୍ୟାଙ୍କ କର୍ମଚାରୀଙ୍କୁ ନନେଇ ଡ୍ରାଇଭର ଚମ୍ପଟ । ଭ୍ୟାନରେ ୫୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ରହିଥିବା ନେଇ ସୂଚନା ମିଳିଛି ।

ହୁଏତ ଟଙ୍କା ଲୋଭ ଅନ୍ଧ କରିଦେଇଥିଲା ଡ୍ରାଇଭରଙ୍କୁ । ସେଥିପାଇଁ ତ ବୋଧହୁଏ, ସିଧା ଏଟିଏମରେ ଟଙ୍କା ଭରିବାକୁ ଯାଉଥିବା ଭ୍ୟାନକୁ ହିଁ ନେଇ ଚମ୍ପଟ ମାରିଲା ଡ୍ରାଇଭର । ତେବେ ପରବର୍ତ୍ତୀ ଅବସ୍ଥାରେ ପୋଲିସ୍ ଅନୁସନ୍ଧାନବେଳେ ଗାଡ଼ିଟି ପରିତ୍ୟକ୍ତ ଅବସ୍ଥାରେ ଭରୁଆକାନୀ ଜଙ୍ଗଲରେ ଥୁଆ ହୋଇଥିବାର ମିଳିଥିଲା । କିନ୍ତୁ ଗାଡ଼ିରେ ଥିବା ୫୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ନଥିଲା । ସତରେ ମାନିବାକୁ ପଡ଼ିବ ଡ୍ରାଇଭରଙ୍କ ସାହସକୁ ।

Get real time updates directly on you device, subscribe now.