fbpx

ଏୟାରବେସ୍ ଆକ୍ରମଣର ଡ୍ରୋନ୍ ଅପରେଟ୍ ହେଉଥିଲା ଜମ୍ମୁରୁ, ସହଯୋଗ କରିଥିଲା ଚୀନ, ଜାଣନ୍ତୁ ସବିଶେଷ ବିବରଣୀ

ନୂଆଦିଲ୍ଲୀ: ଜମ୍ମୁ ଏୟାରବେସ୍ ଉପରେ ଆତଙ୍କବାଦୀଙ୍କ ଆକ୍ରମଣରେ ପରେ ବର୍ତ୍ତମାନ ଯାଞ୍ଚ ଜାରି ରହିଛି । ତେବେ ଏହି ଆକ୍ରମଣ ପଛରେ ଚୀନର ହାତ ଥିବା ସନ୍ଦେହ କରାଯାଉଛି । ମାତ୍ର ୫ ମିନିଟ ମଧ୍ୟରେ ଦୁଇଟି ବଡ଼ଧରଣର ବିସ୍ଫୋରଣ ଘଟିଥିବାରୁ ଏହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଚାର କରାଯାଉଛି । ଦେଶର ଏକ ଏୟାରବେସ୍ ଉପରେ ପ୍ରଥମ ଥର ପାଇଁ ଡ୍ରୋନ୍ ଆକ୍ରମଣ କରାଯାଇଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଡ୍ରୋନର ରିମୋଟ୍ କାହା ପାଖରେ ଥିଲା । ତେବେ ଆଗକୁ ପୁଣି ବଡ଼ଧରଣର ହମଲା କରାଯିବ, ଏହା ଥିଲା କେବଳ ମାତ୍ର ଗୋଟିଏ ଟ୍ରେଲର ।

ବର୍ତ୍ତମାନର ଏନଆଇଏ ଯାଞ୍ଚରୁ ଏହା ସ୍ପଷ୍ଟ ହୋଇଛି, ଏହି ଆକ୍ରମଣ ପଛରେ ପାକିସ୍ତାନ ଓ ଏହାର ଆତଙ୍କବାଦୀ ସଂଗଠନର ଭୂମିକା ରହିଛି । ଭାରତୀୟ ବାୟୁସେନା କହିଛି ଯେ, ଏହି ବିସ୍ଫୋରଣ ଡ୍ରୋନ୍ ଆଟାକ୍ ଦ୍ୱାରା ହୋଇଛି । ଡ୍ରୋନର ଟାର୍ଗେଟ ହେଲିକପ୍ଟର ଉପରେ ଥିଲା, ମାତ୍ର ଦୁଇଜଣ ସନ୍ଦିଗ୍ଧଙ୍କୁ ସୁରକ୍ଷା କର୍ମୀ କାବୁ କରିନେଇଥିଲେ, ଫଳରେ ଅଧିକ କ୍ଷତି ଘଟିନଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇଛି ଯେ, ଏହି ଡ୍ରୋନ୍ ସୀମା ପାର ହୋଇ ଆସିଥିଲା । ଜମ୍ମୁ କଶ୍ମୀରର ଏକ ସ୍ଥାନରୁ ଏହି ଡ୍ରୋନ୍ ଅପରେଟ୍ ହେଉଥିଲା । ଜମ୍ମୁ ଏୟାରଫୋର୍ସ ଷ୍ଟେସନ ହେଲିକପ୍ଟର ପାର୍କିଂ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଥିବାରୁ ଏହାକୁ ଆତଙ୍କବାଦୀମାନେ ଟାର୍ଗେଟ୍ କରିଥିଲେ । କିଛି ଦିନ ପୂର୍ବରୁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଚୀନ ଠାରୁ କିଛି ଡ୍ରୋନ୍ କଣିଥିଲା । ୨୦ କିଲୋ ପର୍ଯ୍ୟନ୍ତ ଓଜନ ଉଠାଇବା ସହ ୨୫ କିମି ପର୍ଯ୍ୟନ୍ତ ଉଡ଼ିପାରିବାର କ୍ଷମତା ଏହାର ଥିଲା । ଯଦିଓ ଭାରତରେ ପ୍ରଥମ ଥର ପାଇଁ ଡ୍ରୋନ୍ ଆଟାକ ଦେଖିବାକୁ ମିଳିଥିଲା, ତେବେ ବିଶ୍ୱରେ ପୂର୍ବରୁ ଅନେକ ସ୍ଥାନରେ ଡ୍ରୋନ ଆଟାକ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.