ଐତିହାସିକ ବାଲିଯାତ୍ରାରେ ଉଡ଼ିବନି ଡ୍ରୋନ୍, ‘ନୋ ଡ୍ରୋନ ଜୋନ’ ଘୋଷଣା କଲା ପ୍ରଶାସନ
ଏଥର ବାଲିଯାତ୍ରା ପଡିଆରେ ଉଡିପାରିବନି ଡ୍ରୋନ। ପୂରା ଗ୍ରାଉଣ୍ଡ୍କୁ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା କଲା ପ୍ରଶାସନ ।
କଟକ: ଏଥର ବାଲିଯାତ୍ରା ପଡିଆରେ ଉଡିପାରିବନି ଡ୍ରୋନ। ପୂରା ଗ୍ରାଉଣ୍ଡ୍କୁ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା କଲା ପ୍ରଶାସନ । କଟକ ଜିଲ୍ଲାପାଳ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ବାଲିଯାତ୍ରା ପଡିଆ ‘ନୋ ଡ୍ରୋନ୍ ଜୋନ୍’ ଏହି କଟକଣା ରହିବ।
ପଡିଆର ୫ କିମି ପରିଧି ପାଇଁ କଟକଣା ଜାରି କରାଯାଇଛି। ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ୍ ଗ୍ଲାଇଡର୍ସ ଉଡ଼ାଣ ମନା। ମାଇକ୍ରୋ ଲାଇଟ୍ ଏୟାରକ୍ରାଫ୍ଟ, ହଟ୍ ଏୟାର ବେଲୁନ, ଡ୍ରୋନକୁ ବାରଣ କରାଯାଇଛି।
ବାଲିଯାତ୍ରାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ନଭେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ଆୟୋଜିତ ହେବ ଏହି ଐତିହାସିକ ବାଲିଯାତ୍ରା।
