fbpx

ଆସନ୍ତା ଟି-୨୦ ବିଶ୍ୱକପରେ ଲାଗୁ ହେବ DRS

ନୂଆଦିଲ୍ଲୀ: ଆସନ୍ତା ଟି-୨୦ ବିଶ୍ୱକପରେ ପ୍ରଥମ ଥର ପାଇଁ ଡିଆରଏସ୍ (ଡିସିସନ୍ ରିଭ୍ୟୁ ସିଷ୍ଟମ) ନିୟମ ଲାଗୁ ହେବାକୁ ଯାଉଛି । ଏନେଇ ଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଆଇସିସି ପକ୍ଷରୁ ଜାରି ହୋଇଥିବା ଖେଳ ସର୍ତ୍ତ ଅନୁଯାୟୀ, ପ୍ରତ୍ୟେକ ଦଳ ଗୋଟିଏ ଇନିଂସ ପାଇଁ ସର୍ବାଧିକ ୨ଟି ଡିଆରଏସର ଫାଇଦା ନେଇପାରିବେ । ଆଇସିସିର ଗଭର୍ଣ୍ଣିଂ କାଉନସିଲ ଗତବର୍ଷ ଜୁନ ମାସରେ କ୍ରିକେଟର ସମସ୍ତ ପ୍ରକାର ଫର୍ମାଟ ମ୍ୟାଚ ପାଇଁ ପ୍ରତି ଇଂନିସରେ ଦଳଗୁଡ଼ିକୁ ଗୋଟିଏ ଲେଖାଏଁ ଅତିରିକ୍ତ ଡିଆରଏସ୍ ମଞ୍ଜୁର କରିଥିଲେ । କରୋନା ମହାକାରୀ ଯୋଗୁଁ ଅନଭିଜ୍ଞ ଅମ୍ପାୟାରମାନେ ମ୍ୟାଚ ପରିଚାଳନା କରୁଥିବାରୁ ଆଇସିସି ଏଭଳି ନିଷ୍ପତ୍ତି ନେଇଥିଲା । ଏହା ପରଠାରୁ ଟି-୨- ଓ ଦିନିକିଆରେ ପ୍ରତି ଇନିଂସ ପାଇଁ ଦଳଗୁଡ଼ିକୁ ୨ଟି ଲେଖାଏଁ ଓ ଟେଷ୍ଟରେ ୩ଟି ଲେଖାଏଁ ଡିଆରଏସର ସୁଯୋଗ ମିଳୁଛି ।

Get real time updates directly on you device, subscribe now.