fbpx

ଶାରଦୀୟ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ: ନୂଆପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ମା’ଙ୍କ ମୂର୍ତ୍ତି ପାଇଁ କୁଆଖାଇ ନଦୀପଠାରୁ ମାଟି ଅନୁକୂଳ

ଭୁବନେଶ୍ୱର/କଟକ (ଭାସ୍କର ନ୍ୟୁଜ୍‌) : ଆଉ ଦିନ କେଇଟା ପରେ ମା’ ଦୁର୍ଗତିନାଶିନୀ ସିଂହବାହିନୀ ଧରାପୃଷ୍ଠରେ ଭକ୍ତଙ୍କୁ ଦର୍ଶନ ଦେବେ । ଏଥିପାଇଁ ପବିତ୍ର ଜନ୍ମାଷ୍ଟମୀ ଅବସରରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଟ୍ୱିନସିଟିର ବିଭିନ୍ନ ପ୍ରମୁଖ ପୂଜାକମିଟି ଓ ସମିତି ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ଅବସରରେ ମାଟି ଅନୁକୂଳ କରାଯାଇଛି ।

ନୟାପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ରୀତିନୀତି ଅନୁଯାୟୀ କୋଭିଡ କଟକଣା ମଧ୍ୟରେ କୂଆଖାଇ ନଦୀପଠାରୁ ମାଟି ଅନୁକୂଳ କରାଯାଇଛି ବୋଲି ପୂଜା ସମିତିର ସଭାପତି ପବିତ୍ର ମୋହନ ବେହେରା ଓ ସଂପାଦକ ମହେନ୍ଦ୍ର ବଳବନ୍ତରାୟ ସୂଚନା ଦେଇଛନ୍ତି । ସେହିପରି ବରମୁଣ୍ଡା ପୂଜା ସମିତି ପକ୍ଷରୁ କାଠଯୋଡ଼ି ନଦୀ ପଠାରୁ ମାଟି ଅନୁକୂଳ କରାଯାଇଥିବାବେଳେ ମଙ୍ଗଳାବାଗ ପୂଜା କମିଟି ପକ୍ଷରୁ ମହାନଦୀ ପଠାରୁ ମାଟି ଅନୁକୂଳ କରାଯାଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.