fbpx

ମହାରାଷ୍ଟ୍ରରେ ବ୍ଲାକ୍ ଫଙ୍ଗସ୍ ନେଲାଣି ୫୨ ଜଣଙ୍କ ଜୀବନ

ମୁମ୍ବାଇ, ୧୪/୦୫(ଓଡିଶା ଭାସ୍କର) : ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି ବ୍ଲାକ୍ ଫଙ୍ଗସ୍ । ମହାରାଷ୍ଟ୍ରରେ ଏହି ସଂକ୍ରମଣ ନେଲାଣି ୫୨ ଜଣଙ୍କ ଜୀବନ । ଆଉ ଏହି ୫୨ ଜଣଙ୍କ ଠାରେ ବ୍ଲାକ୍ ଫଙ୍ଗସ୍ କୋଭିଡ୍ ମହାମାରୀରୁ ସୁସ୍ଥ ହେବାପରେ ହିଁ ଦେଖାଦେଇଥିଲା । ସୁସ୍ଥ ହେବାପରେ ବ୍ଲାକ୍ ଫଙ୍ଗସ୍ କାରଣରୁ ସେମାନେ ପ୍ରାଣ ହରାଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୁଚନା ଦିଆଯାଇଛି । ତେବେ ଏହି ବ୍ଲାକ୍ ଫଙ୍ଗସ୍ କୁ ମୁକୋରମାଇକୋସିସ୍ ବୋଲି ମଧ୍ୟ କୁହାଯାଏ । ଏହି ସଂକ୍ରମଣ କୋଭିଡରୁ ସୁସ୍ଥ ହେବାପରେ ଆକ୍ରାନ୍ତ ହୋଇଥିବା ଶରୀରରେ କ୍ଷତି ଘଟାଇବା ଆରମ୍ଭ କରିଥାଏ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଖାଲି ମହାରାଷ୍ଟ୍ର ନୁହେଁ ବରଂ ବିଭିନ୍ନ ରାଜ୍ୟରେ ଏହି ବ୍ଲାକ୍ ଫଙ୍ଗସ୍ ବ୍ୟାପିଥିବା ଦେଖିବାକୁ ମିଳିଛି ।

ତେବେ ଏହି ସଂକ୍ରମଣର ଲକ୍ଷଣ ହେଲା ଜ୍ୱର ହେବା, ଆଖି ଲାଲ୍ ପଡିଯିବା, ଆଖିତଳ ବିନ୍ଧିବା, ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯିବା ଇତ୍ୟାଦି । ମହାରାଷ୍ଟ୍ରରେ ୫୨ ଜଣଙ୍କର ଜୀବନ ଯାଇଥିବା ବେଳେ ୧୫୦୦ଜଣଙ୍କ ଠାରେ ମାରାତ୍ମକ ସଂକ୍ରମଣ ବ୍ୟାପିଥିବା ଜଣାପଡିଛି । ଯାହା ଏବେ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ସାଜିଛି । ତେବେ ଏହି ଭାଇରସ୍ କରୋନାର ଦ୍ୱିତୀୟ ଲହରରେ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଛି । ଅପରପକ୍ଷରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ମଧୁମେହ ଏବଂ ବ୍ଲଡ୍ ପ୍ରେସର୍ ରୋଗୀଙ୍କ ଠାରେ ଅଧିକ ଦେଖା ଦେଉଥିବା ଜଣାପଡିଛି । ଏଥିସହ ଯେଉଁ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ ସେହିମାନଙ୍କ ଉପରେ ଏହା ବିଶେଷ ପ୍ରଭାବ ପକାଇଥାଏ ।

Get real time updates directly on you device, subscribe now.