fbpx

ଦୁଇ ଘଣ୍ଟାରୁ କମ୍ ସମୟ ପାଇଁ ବିମାନରେ ଯାତ୍ରା କରୁଥିଲେ ମିଳିବନି ଖାଦ୍ୟ

ନୁଆଦିଲ୍ଲୀ ୧୨ା୪ (ଓଡିଶା ଭାସ୍କର) : ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୋମବାର ବୋର୍ଡ ବିମାନରେ ଖାଦ୍ୟ ଯୋଗାଣର ସ୍ଥିତି ସମୀକ୍ଷା କରିଛନ୍ତି । ଦୁଇଘଣ୍ଟାରୁ କମ୍ ସମୟ ପାଇଁ ଘରୋଇ ବିମାନ ଯାତ୍ରାରେ ଖାଦ୍ୟ ପରିବେଷଣ କରାଯିବ ନାହିଁ । କରୋନାର ନୁଆ ଷ୍ଟ୍ରେନ୍ କୁ ଦୃଷ୍ଟିରେ ରଖି ଏପରି କିଛି ନିଷ୍ପତି ନିଆଯାଇଛି । ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ନୁଆ ରେକର୍ଡ କରୁଥିବା ବେଳେ କେନ୍ଦ୍ର ସରକାର କଟକଣାକୁ କଡାକଡି କରିଛନ୍ତି । ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ।

ସୁଚନାଯୋଗ୍ୟ, ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୩୫ ଲକ୍ଷ ୨୭ହଜାର ୭୧୭ରେ ପହଞ୍ଚିଛି । ସେହିପରି ମୃତକଙ୍କ ସଂଖ୍ୟା ୧ ଲକ୍ଷ ୭୦ହଜାର ୧୭୯ରେ ପହଞ୍ଚିଛି । ମହାରାଷ୍ଟ୍ର, ଛତିଶଗଡ, ଦିଲ୍ଲୀ ଆଦି ରାଜ୍ୟରେ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେଠାରେ ଲୋକଙ୍କ ପାଇଁ ଟିକାର ଅଭାବ ଦେଖାଦେଇଛି ।

Get real time updates directly on you device, subscribe now.