fbpx

Diabetes ଯୋଗୁଁ ଏହି ଅଙ୍ଗରେ ପଡିଥାଏ ଅଧିକ ପ୍ରଭାବ: ରକ୍ଷା କରିବାକୁ କରନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଡାଇବେଟିସ୍ ଏପରି ଏକ ରୋଗ, ଯେଉଁଥିରେ କେବଳ ଭାରତ ନୁହେଁ ବରଂ ବିଶ୍ୱସାରା ଲୋକ ପ୍ରଭାବିତ ହେଉଛନ୍ତି । ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଡାଇବେଟିସରୁ ମୁକ୍ତି ପାଇବାକୁ ସଫଳ ଚିକିତ୍ସା ଖୋଜିପାରିନାହାନ୍ତି । ଏଭଳି ପରିସ୍ଥିତିରେ ଏହାକୁ ଏଡ଼ାଇବାକୁ ବ୍ଲଡ ସୁଗାର ଲେବଲ ନିୟନ୍ତ୍ରଷର ରଖିବା ଆବଶ୍ୟକ । ଏଥିପାଇଁ ଏକ ସୁସ୍ଥ ଲାଇଫଷ୍ଟାଇଲ୍ ଓ ସୁସ୍ଥ ଖାଦ୍ୟ ଅଭ୍ୟାସକୁ ଫଲୋ କରିବାକୁ ପଡିବ । ଡାଇବେଟିସ ଏକ ଗୁରୁତର ରୋଗ ହୋଇଥିବା ବେଳେ ଯଦି ଆପଣ ନିଜ ସ୍ୱାସ୍ଥ୍ୟର ଯତ୍ନ ନନିଅନ୍ତି, ତେବେ ଅନେକ ରୋଗ ହେବାର ଆଶଙ୍କା ବଢ଼ିଯାଏ । ଏହା ଶରୀରର ଅନେକ ଅଙ୍ଗକୁ ପ୍ରଭାବିତ କରିଥାଏ । ତେବେ ଆସନ୍ତୁ ଜାଣିବା କି ଡାଇବେଟିସ୍ କେଉଁ ଅଙ୍ଗକୁ ଅଧିକ ପ୍ରଭାବିତ କରିଥାଏ…

୧. ହାର୍ଟ
ଡାଇବେଟିସ୍ ରୋଗୀମାନେ ପ୍ରାୟତଃ ହାର୍ଟହାର୍ଟକର ଶିକାର ହୁଅନ୍ତି । ଯଦି ଆପଣଙ୍କର ଦୀର୍ଘ ସମୟ ଧରି ଡାଇବେଟିସରେ ପୀଡିତ ଅଛନ୍ତି, ତେବେ ଆପଣଙ୍କଠାରେ ହାର୍ଟ ସମ୍ବନ୍ଧୀୟ ରୋଗର ଆଶଙ୍କା ବଢ଼ିଯାଇଥାଏ । କାହିଁକି ନା ଏହା ଆପଣଙ୍କ ଧମନୀରେ ଅସୁବିଧା କରିଥାଏ , ଯାହାଫଳରେ ହାର୍ଟ ଆଟାକ୍ ହୋଇଥାଏ । ତେଣୁ ଡାଇବେଟିସରେ ହାର୍ଟର ଯତ୍ନ ନେବା ନିହାତି ଜରୁରୀ ।

୨. କିଡନୀ
ଦୀର୍ଘ ସମୟ ଧରି ଡାଇବେଟିସ୍ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକ ନିକିଡନୀ ରୋଗର ସମ୍ମୁଖୀନ ହୋଇଥାନ୍ତି । ଏହାର କାରଣ ହେଉଛି ହାଇ ବ୍ଲଡ ସୁଗାର ଲେବଲ ହେତୁ କିଡନୀ ସହିତ ଜଡିତ ଛୋଟ ରକ୍ତବାହୀ ନଷ୍ଟ ହୋଇ ଫୁଲିଯାଏ, ବେଳେବେଳେ କ୍ରିଏଟିନାଇନ୍ ବିପଜ୍ଜନକ ସ୍ତରରେ ପହଞ୍ଚେ ଏବଂ ଏହା କିଡନୀ ଫେଲ ହେବାର ଆଶଙ୍କା ସୃଷ୍ଟି କରେ । ଯଦି ଆମର କିଡନୀ ଭଲ ନଥାଏ, ତେବେ ରକ୍ତ ଫିଲ୍ଟରେସନ୍ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ, ଏହା ଯୋଗୁଁ ଶରୀରରେ ବିଷାକ୍ତତା ବୃଦ୍ଧି ପାଇଥାଏ ।

୩ ପାଦ
ଡାଇବେଟିସ୍ ଆମ ପାଦକୁ ମଧ୍ୟ ପ୍ରଭାବିତ କରିଥାଏ । ଯଦି ଆପଣ ସୁଗାର ଲେବଲକୁ ବଜାୟ ନ ରଖନ୍ତି, ତେବେ ପାଦର ଶିରା ନଷ୍ଟ ହେବାକୁ ଲାଗେ । ରକ୍ତ ପ୍ରବାହରେ ଅବରୋଧ ହେତୁ ମଧୁମେହ ରୋଗୀଙ୍କ ପାଦ ଅନେକ ଥର ଅସ୍ଥିର ହୋଇଯାଏ । କିଛି ଲୋକଙ୍କ ପାଦରେ ଯନ୍ତ୍ରଣା ମଧ୍ୟ ହୋଇଥାଏ ।

୪. ଆଖି
ଡାଇବେଟିସରେ ଯଦି ଆପଣଙ୍କର ରକ୍ତରେ ଶର୍କରା ସ୍ତର କ୍ରମାଗତ ଭାବରେ ଅଧିକ ରହୁଛି, ତେବେ ଏହା ଆଖି ସହିତ ଜଡିତ ସମସ୍ୟା ସୃଷ୍ଟି କରିପାରେ । ଅନେକ ଲୋକଙ୍କର ଦୃଷ୍ଟି ଶକ୍ତି ମଧ୍ୟ ଚାଲିଯାଇଥାଏ ବା ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଯାଏ ।

Get real time updates directly on you device, subscribe now.