fbpx

ଏହି ଅଭ୍ୟାସ ଯୋଗୁଁ ରିଲେସନସିପରେ ପ୍ରେମର ସ୍ଥାନ ନେଇଥାଏ ସନ୍ଦେହ: ଭାଙ୍ଗିପାରେ ସମ୍ପର୍କ

ନୂଆଦିଲ୍ଲୀ: ରିଲେସନସିପରେ ପ୍ରେମ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ସଂପର୍କରେ ପ୍ରେମର ସ୍ଥାନ ସନ୍ଦେହ ନେଇଥାଏ, ତେବେ ସମ୍ପର୍କ ଦୁର୍ବଳ ହୋଇଯାଏ । କେବଳ ଏତିକି ନୁହେଁ ଯେତେବେଳେ ସଂପର୍କରେ ସନ୍ଦେହ ଆସିଯାଏ, ସେବେ ଏହା କାରଣରୁ ଲଢ଼େଇ-ଝଗଡ଼ା, ରାଗରୁଷା ଆଦି ବଢ଼ିବାରେ ଲାଗିଥାଏ । ଏପରି ପରିସ୍ଥିତିରେ ଆପଣଙ୍କୁ ନିଜର କିଛି ଅଭ୍ୟାସ ଉପରେ ଧ୍ୟାନ ଦେବାକୁ ପଡିବ, ଯାହା ଦ୍ୱାରା ଆପଣଙ୍କ ସମ୍ପର୍କ ଭାଙ୍ଗିବାଠାରୁ ରକ୍ଷାପାଇଯିବ । ତେବେ ଆସନ୍ତୁ ଜାଣିବା ଆପଣଙ୍କର କେଉଁ ଅଭ୍ୟାସ କାରଣରୁ ସଂପର୍କରେ ସନ୍ଦେହ ଜନ୍ମ ହୋଇଥାଏ…

ଏହି ଅଭ୍ୟାସ ଯୋଗୁଁ ସଂପର୍କରେ ପ୍ରେମର ସ୍ଥାନ ନେଇଥାଏ ସନ୍ଦେହ:-
ସମ୍ପର୍କରେ ଝଗଡ଼ାର ଗୋଟିଏ ବଡ଼ କାରଣ ଜାସୁସି କରିବା ଜଗିବା । ସମ୍ପର୍କରେ ଭରଷା-ବିଶ୍ୱାସ ରଖିବା ଜରୁରୀ । ଏପରି ପରିସ୍ଥିତିରେ ଯଦି ପାର୍ଟନର ଛୋଟରୁ ଛୋଟ କଥାରେ ଗୁପ୍ତଚର ଭଳି ନଜର ରଖିବେ ବା ସନ୍ଦେହ କରିବେ ଓ ଗୁପ୍ତଚର ଭଳି ପ୍ରଶ୍ନ ପଚାରିବ ଯେପରିକି- କିଏ ଫୋନ୍ କଲା ? ଏତେ ସମୟ କେଉଁଠି ରହିଗଲ? ଇତ୍ୟାଦିପ୍ରଶ୍ନରେ ବ୍ୟକ୍ତି ବିରକ୍ତ ହୋଇପାରେ । ଏହି କାରଣ ଯୋଗୁଁ ସଂପର୍କ ଦୁର୍ବଳ ହେବାକୁ ଲାଗିଥାଏ । ତେଣୁ ଗୁପ୍ତଚର ଭଳି ଅଭ୍ୟାସରୁ ଦୂରେଇ ରୁହନ୍ତୁ ।

ଅଫିସରେ ବାରମ୍ବାର ଫୋନ୍ କରିବା:-
କିଛି ଲୋକଙ୍କର ଏପରି ଅଭ୍ୟାସ ଅଛି ଯେ, ସେମାନେ ନିଜ ସାଥୀକୁ ବାରମ୍ବାର ଫୋନ୍ କରନ୍ତି ଏବଂ ସେମାନଙ୍କୁ ହଇରାଣ କରନ୍ତି । ନିଜ ପାର୍ଟନରଙ୍କ ଫୋନ୍ ବିଜି ବା ବ୍ୟସ୍ତ ଆସୁଛି କି ନାହିଁ ଜାଣିବାକୁ ଚେଷ୍ଟା କରନ୍ତି । ଏପରି ପରିସ୍ଥିତିରେ ଏହି ଅଭ୍ୟାସ ଆପଣଙ୍କ ପାର୍ଟନରକୁ ମଧ୍ୟ ବିଚଳିତ କରିପାରେ । ସମୟ ସମୟରେ ଏହି ଅଭ୍ୟାସକୁ ପରିବର୍ତ୍ତନ କରିବା ଆବଶ୍ୟକ । ତେଣୁ ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରନ୍ତୁ ଏବଂ ସେହି ସମୟରେ ଆପଣଙ୍କ ପାର୍ଟନରଙ୍କୁ ଫୋନ୍ କରନ୍ତୁ ।

ପରସ୍ପରଠାରୁ ଅଧିକ ଆଶା କରିବା :-
ଏକ ରିଲେସନସିପରେ ପରସ୍ପରକୁ ବିଶ୍ୱାସ କରିବା ଅତ୍ୟନ୍ତ ଜରୁରୀ । କିନ୍ତୁ ଆପଣ ନିଜ ପାର୍ଟନରଙ୍କଠାରୁ ଅଧିକ ଆଶା କରିବା ଉଚିତ୍ ନୁହେଁ । ନିଜ ଇଛା ପାର୍ଟନରଙ୍କ ଉପରେ ରଖିବା ଦ୍ୱାରା ରିଲେସନସିପରେ ବିବାଦ ଆରମ୍ଭ ହୋଇଥାଏ । ଏହି କାରଣ ଯୋଗୁଁ ଆପଣଙ୍କ ପାର୍ଟନର ଖୁବଶୀଘ୍ର ଆପଣଙ୍କ ଠାରୁ ବୋର୍ ହୋଇପାରନ୍ତି ।

Get real time updates directly on you device, subscribe now.