fbpx

ବଲାଙ୍ଗିର ନକଲି ସାର୍ଟିଫିକେଟ ରାକେଟ, ଗିରଫ ହେଲେ ୨୦ ସମ୍ପୃକ୍ତ

ବଲାଙ୍ଗିର:ଚାକିରୀ ଟିଏ ପାଇଁ କିଏ କଣ ନ କରୁଛନ୍ତି କିନ୍ତୁ ରାଜ୍ୟରେ ନକଲି ସାର୍ଟିଫିକେଟ ରାକେଟ ବଢ଼ିବାରେ ଲାଗିଛି। ବଲାଙ୍ଗିର ନକଲି ସାର୍ଟିଫିକେଟ ଘଟଣାରେ ୨୦ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ବିଭିନ୍ନ ରାଜ୍ୟର ବୋର୍ଡ ସଭାପତି ଓ ସଂପାଦକଙ୍କ ଷ୍ଟାମ୍ପ, ସିଲ ମଧ୍ୟ ଜବତ କରାଯାଇଛି । ଜିଲ୍ଲା ପ୍ରଶାସନର ବିରିଷ୍ଠ ଅଧିକାରୀଙ୍କ ନକଲି ଷ୍ଟାମ୍ପ, ସିଲ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି । ଏହା ସହିତ ୩ଲକ୍ଷ ଟଙ୍କା ଜବତ ହୋଇଥିବା ମଧ୍ୟ ସୂଚନା ମିଳିଛି । ୪୦ ନାମୀ କଲେଜ, ୟୁନିଭର୍ସିଟିର ନକଲି ସାର୍ଟିଫିକେଟ ମଧ୍ୟ ଜବି କରାଯାଇଛି ।

ସାର୍ଟିଫିକେଟ ତିଆରି କରିବା ପାଇଁ ଯେଉଁ ସବୁ ସରଞ୍ଜାମ ବ୍ୟବହାର କରାଯାଉଥିଲା ତାହା ମଧ୍ୟ ଜବତ କରାଯାଇଛି । କମ୍ପ୍ୟୁଟର,ଜେରକ୍ସ, ପ୍ରିଣ୍ଟର ଆଦି ଜବତ କରାଯାଇଛି । ଏଯାବତ ୨୦ ଜଣଙ୍କୁ ଗିରଫ କରାଯାଇଛି । ତେବେ ଏହାର ଚେର କେଉଁ ପର୍ଯ୍ୟନ୍ତ ବ୍ୟାପିଛି ପୋଲିସ ତାହା ଉପରେ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.