ଜାଣନ୍ତି କି.. ଯଦି ପରମାଣୁ ଆକ୍ରମଣ ହୁଏ ତେବେ ଧ୍ବଂସ ହୋଇଯିବ ପୁରା ପୃଥିବି, କିନ୍ତୁ ବଞ୍ଚିଯିବ କେବଳ ଏହି ପ୍ରାଣୀ !

ଜାଣନ୍ତି କି.. ଯଦି ପରମାଣୁ ଆକ୍ରମଣ ହୁଏ ତେବେ ଧ୍ବଂସ ହୋଇଯିବ ପୁରା ପୃଥିବି

Nuclear Attack: କେବେ ଭାବିଛନ୍ତି କ ଯଦି ସତରେ ଭବିଷ୍ୟତରେ କେବେ ପରମାଣୁ ଆକ୍ରମଣ ହୁଏ ତେବେ କଣ ହେବ? କିଏ ବଞ୍ଚିବ କିଏ ମରିବ । ପରମାଣୁ ଆକ୍ରମଣ ହେଲେ ସାରା ବିଶ୍ଵ ଧ୍ଵଂସ ହୋଇଯିବ ସତ । ଏହି ଧ୍ୱଂସକାଣ୍ଡରେ ଅନେକ ଜୀବନ ଯିବ ।

କିନ୍ତୁ ଏକ ଏପରି କ୍ଷୁଦ୍ର ପ୍ରାଣୀ ଅଛି ଯାହାର ଏତେ ବଡ଼ ଧ୍ଵଂସ ଲିଳାରେ ବି ଜୀବନ ବଞ୍ଚିଯିବ । କାରଣ ଏହି ପ୍ରାଣୀ ନିଆଁରେ ପୋଡ଼େ ନାହିଁ, ନାଁ ବିକିରଣରେ ମରେ । ତେବେ ଆସନ୍ତୁ ଜାଣିବା ଏହି ପ୍ରାଣୀ ବିଷୟରେ…

ଦ୍ୱିତୀୟ ବିଶ୍ୱଯୁଦ୍ଧରୁ ବି ବଞ୍ଚିଥିଲା: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିରୋସିମା ଏବଂ ନାଗାସାକିରେ ହୋଇଥିବା ପରମାଣୁ ବୋମା ଆକ୍ରମଣ ବିଶ୍ୱକୁ ମାନବ ସଭ୍ୟତାର ଭଙ୍ଗୁରତା ଉପରେ ଚିନ୍ତନ କରିବାକୁ ବାଧ୍ୟ କରିଥିଲା। ବାୟୁମଣ୍ଡଳୀୟ ବିକିରଣ ମଣିଷଠାରୁ ଆରମ୍ଭ କରି ପଶୁ ପର୍ଯ୍ୟନ୍ତ ସବୁକିଛି ନଷ୍ଟ କରିଦେଇଥିଲା ।

କିନ୍ତୁ ଧ୍ୱଂସ ପରେ ଏହି ଅଞ୍ଚଳ ସର୍ଭେ କରୁଥିବା ବୈଜ୍ଞାନିକମାନେ ଏକ ଆଶ୍ଚର୍ଯ୍ୟଜନକ ଆବିଷ୍କାର କରିଥିଲେ । ସେତେବେଳେ ସେହି ଅଞ୍ଚଳରେ ଅନେକ ଗୁଡ଼ିଏ ଜୀବନ୍ତ ଅସରପା ମିଳିଥିଲେ । ଯାହା ସେମାନଙ୍କ ପାଇଁ ଏକ ବଡ଼ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା।

କିପରି ବଞ୍ଚିଲେ ଅସରପା: ଉଚ୍ଚ ସ୍ତରର ବିକିରଣ ମଣିଷକୁ ତୁରନ୍ତ ମାରିପାରେ, କିନ୍ତୁ ଏହି ଅସରପା ମାନେ କିପରି ବଞ୍ଚିଗଲେ ତାହା ବୁଝିବା ପାଇଁ ବୈଜ୍ଞାନିକମାନେ ବ୍ୟାପକ ଗବେଷଣା ଆରମ୍ଭ କରିଥିଲେ । ରିସର୍ଚ୍ଚରେ ଯେଉଁ ଫଳାଫଳଗୁଡ଼ିକ ସାମ୍ନାକୁ ଆସିଥିଲା ତାହା ଅସରପାଙ୍କ କ୍ଷମତାକୁ ଏକ ନୂତନ ସ୍ତରରେ ପହଞ୍ଚାଇଥିଲେ ।

ପ୍ରଥମତଃ, ରିସର୍ଚ୍ଚରେ ଜଣାପଡ଼ିଥିଲା ଯେ, ମଣିଷ ହିସାବରେ ଅସରପା ଶରୀରରେ ବିକିରଣ ପ୍ରତି ଅଧିକ ସହନଶୀଳତା ଅଛି। ମଣିଷ ୮୦୦ ରେଡିଏସନ୍ ପର୍ଯ୍ୟନ୍ତ ବିକିରଣ ସଂସ୍ପର୍ଶରେ ମରିପାରେ, କିନ୍ତୁ ଅସରପା ୧୦,୦୦୦ ରେଡିଏସନ୍ ପର୍ଯ୍ୟନ୍ତ ସହ୍ୟ କରିପାରେ। ଏହି ପାର୍ଥକ୍ୟ ଏତେ ବିଶାଳ ଯେ ଏହାକୁ ବୁଝିବା ଆଶ୍ଚର୍ଯ୍ୟଜନକ।

ବୈଜ୍ଞାନିକଙ୍କ ମତରେ, ପରମାଣୁ ବୋମାର ମୁଖ୍ୟ କ୍ଷତି ବିକିରଣ ନୁହେଁ, ବରଂ ବିସ୍ଫୋରଣ ପରେ ତୁରନ୍ତ ନିର୍ଗତ ହେଉଥିବା ତୀବ୍ର ତାପ ଏବଂ ଶକ୍ତି ହୋଇଥାଏ । ଏହି କାରଣରୁ ବିସ୍ଫୋରଣର ବହୁତ ନିକଟରେ ଥିବା ଅସରପାଗୁଡ଼ିକ ତୁରନ୍ତ ମରିଯାଇଥିଲେ । କିନ୍ତୁ ଯେଉଁମାନେ ଦୂରରେ ଥିଲେ ସେମାନେ ବିକିରଣକୁ ସହ୍ୟ କରିପାରିଲେ ଏବଂ ବଞ୍ଚିଗଲେ।

ଜାପାନରେ ବିସ୍ଫୋରଣରେ ଅସରପା: ଜାପାନରେ ବିସ୍ଫୋରଣ ସମୟରେ ରେକର୍ଡ ହୋଇଥିବା ଗାମା ରଶ୍ମି ସ୍ତର ପ୍ରାୟ ୧୦,୩୦୦ ରେଡିଏଶନ ଥିଲା। ଏହା ମଣିଷ ପାଇଁ ସିଧାସଳଖ ମୃତ୍ୟୁଦଣ୍ଡ ହୋଇଥାନ୍ତା, କିନ୍ତୁ ଅସରପା ଏହାକୁ ପ୍ରତିହତ କରି ପାରିଲା।

ତେଣୁ, ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଯଦି ପୃଥିବୀ ଏକ ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହୁଏ ଯାହା ମଣିଷ ଏବଂ ଅନ୍ୟାନ୍ୟ ବଡ଼ ପ୍ରାଣୀମାନଙ୍କୁ ନିପାତ କରିଦେବ, ତେବେ ଅସରପା ଭଳି ପ୍ରାଣୀମାନେ ବଞ୍ଚିଯିବେ ।