fbpx

ଶ୍ରୀଗଣେଶଙ୍କ ସ୍ଥାପନ ସମୟରେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ: ୧୦ଦିନ ମଧ୍ୟରେ ବଦଳିବ ଭାଗ୍ୟ

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ପ୍ରଭୁ ଶ୍ରୀ ଗଣେଶଙ୍କ ଜନ୍ମ । ଯାହାକି ଚଳିତ ମାସ ୩୧ ତାରିଖ ଅର୍ଥାତ ଆଜି ସଗଗ୍ର ଦେଶରେ ଖୁବ୍ ଧୁମ ଧାମରେ ପାଳିତ ହେଉଛି । ତେବେ ହିନ୍ଦୁ ଧର୍ମ ଓବଂ ବାସ୍ତୁ ଶସ୍ତ୍ର ଅନୁସାରେ ଗଣେଶଙ୍କ ପୂଜା ଏବଂ ସ୍ଥାପନା ସମୟରେ କିଛି ନିୟମ ପାଳନ କରିବାକୁ ପଡିଥାଏ । ଏପରି କରିବା ଦ୍ୱାରା ପ୍ରଭୁ ଶ୍ରୀ ଗଣପତିଙ୍କ ଅପାର କୃପା ପ୍ରାପ୍ତି ହୋଇଥାଏ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚଳିତ ବର୍ଷ ଗଣେଶ ଚତୁର୍ଥୀ ବୁଧବାର ଦିନ ପଡୁଥିବାରୁ ଏହାର ୧୦ ପର୍ଯ୍ୟନ୍ତ ବହୁତ ଶୁଭ ହୋଇଥାଏ ।ଜ୍ୟୋତିଷ ବିଶାରଦଙ୍କ ମତ ଅନୁଯାୟୀ ଯଦି ଏହି ୧୦ ଦିନ ମଧ୍ୟରେ ପ୍ରଭୁ ବିଘ୍ନେଶ୍ୱରଙ୍କର ପୂଜା ଅର୍ଚ୍ଚନା ବିଧି ବିଧାନରେ କରାଯିବ ଏବଂ କିଛି ନିୟମର ପାଳନ କରାଯିବ ତେବେ ଘରେ ବର୍ଷ ସାରା ସୁଖ ସମୃଦ୍ଧି ଲାଗି ରହିବା ସହ ଗଣେଶଙ୍କ କୃପା ରହିବ ।

ଗଣେଶ ସ୍ଥାପନର ନିୟମ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗଣେଶ ସ୍ଥାପନର କୁଛୁ ନିୟମ ରହିଛି । ତେବେ ଏହାକୁ ପାଳନ କରିବା ଦ୍ୱାରା ଘରେ ସର୍ବଦା ଶାନ୍ତି ଓ ସମୃଦ୍ଧି ରହିବ ।

୧-ଘରେ ଗଣେଶ ସ୍ଥାପନ ସମୟରେ ଗଣେଶଙ୍କ ମୂର୍ତ୍ତୀଙ୍କୁ ଘରର ଐଶାନ୍ୟ କୋଣ ଅର୍ଥାତ୍ ଉତ୍ତର -ପଶ୍ଚିମ ଦିଗରେ ସ୍ଥାପନ କରନ୍ତୁ । ଏଥି ସହିତ ଭଗବାନ ଗଣେଶଙ୍କ ମୁଖ ପଶ୍ଚିମ ଦିଗ ଆଡକୁ ରଖନ୍ତୁ ।

୨-ଯେଉଁ ସ୍ଥାନରେ ଗଣେଶଙ୍କ ସ୍ଥାପନା କରିବେ ସେହି ସ୍ଥାନ ପରିଷ୍କାର ରହିବା ସହ ସେଠାରେ ଚମଡା ଜାତୀୟ କୌଣସି ଜିନିଷ ରହିବା ଉଚିତ୍ ନୁହେଁ ।

୩-ଗଣେଶଙ୍କୁ ସ୍ଥାପନ କରିସାରିବା ପରେ ତାଙ୍କୁ ତାଙ୍କ ସ୍ଥାନରୁ ହଲଚଲ କରନ୍ତୁ ନାହିଁ । କେବଳ ବିସର୍ଜନ ସମୟରେ ହିଁ ତାଙ୍କୁ ତାଙ୍କ ଆସ୍ଥାନରୁ ଟିକେ ଘୁଞ୍ଚାଇ ଦିଅନ୍ତୁ ।

୪- ଶ୍ରୀ ଗଣେଶଙ୍କୁ ଭୁଲରେ ମଧ୍ୟ ତୁଳସୀ ପତ୍ର ଚଢାନ୍ତୁ ନାହିଁ । ତେବେ ଗଣେଶଙ୍କୁ କେବଳ ଦୂବ ଅର୍ପଣ କରନ୍ତୁ ।

Get real time updates directly on you device, subscribe now.