fbpx

ଅଲିମ୍ପିକ୍ ରେ ଦୂତୀ ନଂ ୪୫; ମୋଟ ୫୪ ଦୌଡ଼ିଥିଲେ ୧୦୦ ରେସ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଦୂତୀ ନଂ ୪୫; ଏବେ ସାରା ବିଶ୍ୱରେ ଚର୍ଚ୍ଚା। ଦୌଡ଼ିଲେ ମୋଟ ୫୪ ଜଣ। ହେଲେ ଓଡ଼ିଆଙ୍କୁ ଆଉ ଦେଶକୁ ନିରାଶ କଲେ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ। ଟୋକିଓ ଅଲିମ୍ପିକ୍ ଟ୍ରାକରେ ୧୦୦ ମିଟର ରାଉଣ୍ଡରେ ଦୌଡ଼ିଲେ ଓଡ଼ିଆ ଝିଅ ଦୂତୀ, କିନ୍ତୁ ପାରିଲେନି। ଆଉ ଏହି ବିଫଳ ଲାଗି କିଟ୍‌ ଓ ଦୂତୀଙ୍କ କୋଚଙ୍କୁ ଦାୟୀ କରିଛନ୍ତି ତାଙ୍କ ପରିବାର ଲୋକ। ମା’ କହିଛନ୍ତି- ପରିଶ୍ରମ କରିନି, ଫଳ ମିଳିଲାନି।

ଦୂତୀଙ୍କ ମା’ ଅଖଜୀ ଚାନ୍ଦ କହିଛନ୍ତି ଯେ- କର୍ମ କରିଥିଲେ ଫଳ ପାଇଥାନ୍ତା, ସେ ତ କର୍ମ କରିନି ଆମେ ଠାକୁରଙ୍କୁ ଡାକିଲେ କଣ ହେବ? ତେବେ ୨୦୦ ମିଟର ଇଭେଣ୍ଟରେ ଦୂତୀ ସଫଳ ହେଉ ବୋଲି ସମସ୍ତେ ଆଶାବାଦୀ।ଶହେ ମିଟର ଅତିକ୍ରମ କରିବା ପାଇଁ ଦୂତୀ ୧୧.୫୪ ସେକେଣ୍ଡ ନେଇଥିଲେ । ଫଳରେ ୨ୟ ରାଉଣ୍ଡକୁ ଯିବାକୁ ସଫଳ ହୋଇନାହାନ୍ତି।

 

Get real time updates directly on you device, subscribe now.