fbpx

ଟୋକିଓ ଅଲିମ୍ପିକରେ ଫେଲ୍ ମାରିଲେ ଦୂତୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକରୁ ଏକ ନିରାଶାଜନକ ଖବର ଆସିଛି । ରାଜ୍ୟର ଦ୍ରୁତ ଧାବିକା ଦୂତୀ ଚାନ୍ଦ ୧୦୦ ମିଟର ହିଟରେ ୭ମ ସ୍ଥାନରେ ରହିଥିବା ଜଣାପଡ଼ିଛି । ତେବେ ଏହି ୧୦୦ ମିଟର ପ୍ରତିଯୋଗିତାକୁ ଦୂତୀ ୧୧.୫୪ ସେକେଣ୍ଡ ସମୟ ନେଇଥିବା ଜଣାପଡ଼ିଛି ।

ଆଜି ହେଉଛି ଟୋକିଓ ଅଲିମ୍ପିର ଅଷ୍ଟମ ଦିବସ । ତେବେ ବର୍ତ୍ତମାନ ଭାରତୀୟ ଆଥଲେଟମାନେ କେବଳ ଗୋଟିଏ ପଦକରେ ସନ୍ତୁଷ୍ଟ ରହିଛନ୍ତି । ଦୂତୀ ପଦକ ଜିତି ରାଜ୍ୟ ତଥା ଦେଶର ପାଇଁ ଗୌରବ ଆଣିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ତାହା ପାଣିରେ ମିଳାଇ ଯାଇଛି । ମହିଳା ୧୦୦ ମିଟର ଓ ୨୦୦ ମିଟର ଦୌଡ଼ ପ୍ରତିଯୋଗିତାରୁ ଦୂତୀଙ୍କ ପାଇଁ ବାକି ରହିଛି ୨୦୦ ମିଟର । ଏଥିରେ ସେ ଭଲ ପ୍ରଦର୍ଶନ କରି ପଦକ ପାଇବା ପାଇଁ ଆଶାବାଦୀ ରହିଛନ୍ତି । ୧୦୦ ମିଟର ଦୌଡ଼ରେ ଦୂତୀଙ୍କ ନାମରେ ୧୧.୧୭ ସେକେଣ୍ଡ ଜାତୀୟ ରେକର୍ଡ ରହିଥିଲା । ମାତ୍ର ଆଜି ଦୂତୀ ଉକ୍ତ ରେକର୍ଡର ବହୁ ପଛରେ ରହି ସମସ୍ତଙ୍କୁ ନିରାଶ କରିଥିଲେ । ୧୦୦ ମିଟର ଦୌଡ଼ ଇଭେଣ୍ଟରେ ଦୂତୀଙ୍କ ବିଶ୍ୱ ରାଙ୍କିଂ ୪୨ ଥିବାବେଳେ ୨ ମିଟରରେ ରହିଛି ୫୨ ।

Get real time updates directly on you device, subscribe now.