fbpx

ବିନା ପରମିଟରେ ଚାଲିବ E-VEHICLE; ପରିବହନ ମନ୍ତ୍ରଣାଳୟର ବଡ ରିହାତି

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ଚାଳକଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାରଙ୍କ ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ଏଣିକି ଇ-ଭେହିକିଲ ଗୁଡିକ ପରମିଟ ମୁକ୍ତ ରଖାଯିବ । ବ୍ୟାଟେରୀ, ମିଥାନଲ କିମ୍ବା ଇଥାନଲରେ ଚାଲୁଥିବା ଗାଡି ଗୁଡିକୁ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ପରମିଟର କୌଣସି ଆବଶ୍ୟକତା ନାହିଁ । ଏହା ସହିତ ବିନା ପରମିଟରେ ଏହାକୁ କୌଣସି ବ୍ୟବସାୟିକ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇ ପାରିବ । ଏହି ନୂତନ ନିୟମ ଦ୍ୱାରା ପର୍ଯ୍ୟଟନ ଶିଳ୍ପକୁ ଅଧିକ ଫାଇଦା ମିଳିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଇଲେକ୍ଟ୍ରିକ୍ ଯାନ ଗୁଡିକ ପରମିଟ ମୁକ୍ତ ରହିଥିଲା । ମାତ୍ର ଏହି ନିର୍ଦ୍ଦେଶନାମାକୁ ନେଇ କୌଣସି ସ୍ପଷ୍ଟୋକ୍ତି ନଥିଲା । ଏହି ଇଲେକ୍ଟ୍ରିକ୍ ଯାନ ଗୁଡିକ ଭଡାରେ ଦିଅଯାଇପାରିବ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ନଥିଲା । ମାତ୍ର ବର୍ତ୍ତମାନର ନିୟମ ଦ୍ୱାରା ଭଡାରେ ଗାଡି ପ୍ରଦାନ କରୁଥିବା କମ୍ପାନୀ ଗୁଡିକ ବେଶ ଲାଭବାନ ହୋଇପାରିବେ । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବସ ଆଣ୍ଡ କାର ଅପରେଟର୍ସ କନଫେଡେରେସନ ଅଫ ଇଣ୍ଡିଆ(ସିଏମଭିଆର) ଚେୟାରମ୍ୟାନ ଗୁରମିତ ସିଂ ତନେଜା । ଏହି ପଦକ୍ଷେପକୁ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ତନେଜା । ଗୋଆ ପରି ସ୍ଥାନ ଯେଉଁଠି ପର୍ଯ୍ୟଟନ ପାଇଁ ଦୁଇ ଚକିଆ ଯାନ ଭଡାରେ ଦିଆଯାଇଥାଏ ସେଠାରେ ପର୍ଯ୍ୟଟନ ଶିଳ୍ପ ଅଧିକ ଲାଭବାନ ହେବ ବୋଲି ତନେଜା କହିଛନ୍ତି ।

Get real time updates directly on you device, subscribe now.