fbpx

ଥରିଲା ସମୁଦ୍ର, ବଙ୍ଗୋପସାଗରରେ ଭୂକମ୍ପ

ନୂଆଦିଲ୍ଲୀ: ଆଜି ବଙ୍ଗୋପସାଗରରେ ସକାଳ ୮.୩୨ମିନିଟରେ ଭୂକମ୍ପ ଦେଖାଦେଇଥିଲା । ସମୁଦ୍ର ମଧ୍ୟରେ ୫.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଗଠିତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ।

ପଶ୍ଚିମ ବଙ୍ଗର ହଳଦିଆର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗକୁ ୩୭୦ କିଲୋମିଟର, କୋଲକାତାର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗକୁ ୪୦୯ କିଲୋମିଟର, ଓଡ଼ିଶା ପୁରୀର ପୂର୍ବକୁ ୪୨୧ କିମି ପୂର୍ବ-ଦକ୍ଷିଣପୂର୍ବ ଏବଂ ତ୍ରିପୁରାର ବେଲୋନିଆର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୪୮୯ କିମି ଦୂରବର୍ତ୍ତୀ ବଙ୍ଗୋପସାଗର ମଧ୍ୟରେ ଭୂଗର୍ଭର ୧୦ କିମି ଅଭ୍ୟନ୍ତରିଣ ଭୂକମ୍ପ ସଂଗଠିତ ହୋଇଥିଲା ।

ରିପୋର୍ଟ ଅନୁସାରେ, ଆଜି ସକାଳ ୯.୦୨ରେ ବାଂଲାଦେଶର ରାଜଧାନୀ ଢାକା, ଚଟଗ୍ରାମ ଓ ଅନ୍ୟ କେତେକ ପ୍ରାନ୍ତରେ ୫.୨ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅନୁଭୁତ ହୋଇଛି । କିନ୍ତୁ କାହାରି କିଛି କ୍ଷତି ହୋଇ ନାହିଁ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.