fbpx

ଆଲାସ୍କାରେ ଭୁକମ୍ପ: ତୀବ୍ରତା ୮.୨, ଦିଆଗଲା ସୁନାମୀ ଚେତାବନୀ

ନୂଆଦିଲ୍ଲୀ: ଆମେରିକାର ଆଲାସ୍କାରେ ଉପଦ୍ୱୀପରେ ବୁଧବାର ରାତିରେ ଭୟାନକ ଭୁକମ୍ପର ଝଟକା ଅନୁଭୂତ ହୋଇଛି । ଭୁକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୮.୨ ରେକର୍ଡ ହୋଇଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଏହି ସୂଚନା ଦେଇଛି। ରିପୋର୍ଟ ଅନୁଯାୟୀ, ଭୂକମ୍ପର ଗଭୀରତା ୪୫ କିଲୋମିଟର ତଳେ ଥିଲା । ଏହି ଝଟକା ଏତେ ଜୋରରେ ଥିଲା ଯେ, ଏହାପରେ ସୁନାମୀ ଆସିବାର ଚେତାବନୀ ଦିଆଯାଇଛି । ତେବେ ଏହି ଭୁକମ୍ପରେ କୌଣସି କ୍ଷୟକ୍ଷତି ଘଟିନାହିଁ ।

ଆମେରିକା ଜିଓଲୋଜିକାଲ୍ ସର୍ଭେ ପକ୍ଷରୁ ରାତି ୧୧ଟା ୧୫ ମିନିଟ୍ ସମୟରେ ଏହି ଭୁକମ୍ପ ୩୫ କିମି ତଳେ ଥିଲା । ଏହା କେନ୍ଦ୍ର ଠାରୁ ଅନେକ ଦୂରରେ ରହିଥିଲା । ୟୁଏସଜିଏସ୍ ମୁତାବକ ଏହି ବଡ଼ ଭୁକମ୍ପ ପରେ ଆହୁରି ଦୁଇଟି ଭୁକମ୍ପ ଆସିଥିଲା । ଯାହାର ତୀବ୍ରତା ଯଥାକ୍ରମେ ୬.୨ ଏବଂ ୫.୬ ରହିଥିଲା ।

ଏହି ଭୁକମ୍ପ ପରେ ଦକ୍ଷିଣ ଆଲାସ୍କା, ଉପଦ୍ୱୀପ ଅଞ୍ଚଳ ଏବଂ ଏଲେଉଟିଅନ୍ ଟାପୁ ରେ ସୁନାମୀ ନେଇ ଚେତାବନୀ ଦିଆଯାଇଥିଲା । କିନ୍ତୁ ପରେ ଏହାକୁ ଫେରାଇ ଦିଆଯାଇଥିଲା । ଦେଶର ପଶ୍ଚିମତଟରେ କ୍ଷୟକ୍ଷତି ଆଶଙ୍କା କରାଯାଉଥିଲା ।

Get real time updates directly on you device, subscribe now.