fbpx

ଇଣ୍ଡୋନେସିଆରେ ଭୂକମ୍ପ ଝଟକା: ୪୪ ମୃତ, ୩୦୦ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ସୋମବାର ଅର୍ଥାତ ଆଜି ଏକ ବଡ଼ ଧରଣର ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଇଣ୍ଡୋନେସିଆରେ ହୋଇଥିବା ଏହି ଭୂକମ୍ପରେ ଅଧିକ ଧନ ଜୀବନ ନଷ୍ଟ ହୋଇଥିବା ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଏହି ଭୂକମ୍ପ ଝଟକାରେ ୪୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ପାଖାପାଖି ୩୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ।

ତେବେ ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୪ ରହିଥିଲା । ଏହି ଝଟକାରେ ସହରର ଉଚ୍ଚ ଉଚ୍ଚ ଅଟାଳିକ ଦୋହଲି ଯାଇଥିବା ଜଣା ପଡ଼ିଛି । ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୪୪ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ଥାଉକି, ପୂର୍ବରୁ ଶୁକ୍ରବାର ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାରେ ଭୁକମ୍ପର ବଡ଼ ଝଟକା ଅନୁଭୂତ ହୋଇଥିଲା । ଯାହା ଦ୍ୱାରା ଲୋକମାନେ ନିଜ ଘରୁ ବାହାରକୁ ବାହାରି ଆସିଥିଲେ । ସେହି ସମୟରେ ଭୂକମ୍ପର ତୀବ୍ରତା ୬.୬ ରହିଥିଲା । ସୂଚନା ଅନୁଯାୟୀ, ଭୂକମ୍ପ ସନ୍ଧ୍ୟା ପ୍ରାୟ ୭ଟା ୭ମିନିଟ ସମୟରେ ହୋଇଥିଲା ।

Get real time updates directly on you device, subscribe now.