fbpx

ଶୀତଦିନେ ଖାଆନ୍ତୁ ଫୁଲକୋବି, ଜାଣନ୍ତୁ ଫାଇଦା

ଫୁଲକୋବି ଖାଇବା ଯେମିତି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର । ଶୀତଦିନେ ଫୁଲକୋବି ଖାଇବା ନିହାତି ଦରକାର । କାରଣ ଏହା ଖାଇବା ଦ୍ୱାରା ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିଥାଏ । ଆସନ୍ତୁ ଫୁଲକୋବିର ଉପକାରିତା ବିଷୟରେ ଆଲୋଚନା କରିବା ।

– ଫୁଲକୋବିରେ ଫାଇବର ପ୍ରଚୁର ମାତ୍ରାରେ ଭରି ରହିଥିବାରୁ ଏହା ଶରୀରରେ ବ୍ୟାକ୍ଟେରିଆ ଓ ପାଚନ ଶକ୍ତି ବୃଦ୍ଧି କରିଥାଏ ।

– ଫୁଲକୋବିରେ କ୍ୟାଲୋରୀ କମ ଓ ଭିଟାମିନ ଭରପୁର ମାତ୍ରାରେ ରହିଥାଏ, ଯାହାକି ଆମ ଶରୀର ପାଇଁ ବହୁତ ଜରୁରୀ । ଏଥିରେ ଭିଟାମିନ-ସି, ଭିଟାମିନ-କେ ରହିଥାଏ ।

– ଫୁଲକୋବି ଆଣ୍ଟିଅକ୍ସିଡେଣ୍ଟର ଏକ ପ୍ରମୁଖ ମାଧ୍ୟମ । ଯାହା ଫଳରେ ଶରୀରର କୋଷିକା ଗୁଡ଼ିକୁ ଏହା ଅନେକ ସଂକ୍ରମଣରୁ ବଞ୍ଚାଇଥାଏ ।

– ଫୁଲକୋବିରେ ସଲଫୋରାଫେନ ଥିବାରୁ ଏହା ଆମକୁ କିଡନୀ ରୋଗ, ମଧୁମେହ ଆଦିରୁ ରକ୍ଷା କରିଥାଏ । ଏହା ସହ ବ୍ଲଡପ୍ରେସର କମ କରିବା ସହ ଧମନୀଗୁଡ଼ିକୁ ସୁସ୍ଥ ରଖିଥାଏ ।

– ଏଥିରେ କ୍ୟାଲାରୀ କମ ମାତ୍ରାରେ ଥିବାରୁ ଏହା ଶରୀରର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଫାଇବର ଅଧିକ ମାତ୍ରାରେ ଥିବାରୁ ଏହାକୁ ଖାଇବା ପରେ ଆମକୁ ଶୀଘ୍ର ଭୋକ ହୁଏନାହିଁ, ଫଳରେ ଅଧିକ ଖାଇବାରୁ ଆମେ ରକ୍ଷା ପାଇଥାଉ ।

Get real time updates directly on you device, subscribe now.