fbpx

ଆପଣ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ କି, ତେବେ ଆପଣାନ୍ତୁ ଏହି ମିଶ୍ରଣ ଖାଦ୍ୟ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଓଜନ ବୃଦ୍ଧି ଏକ ମୁଖ୍ୟ ସମସ୍ୟା । ତେବେ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାଇଥାନ୍ତି । ଏପରିକି ଫ୍ୟାଟ୍ ବର୍ଣ୍ଣର ଭଳି ମେଡିସିନ ବ୍ୟବହାର କରିବା ଭଳି ସଟକର୍ଟ ଉପାୟ ଆପଣାଇବାକୁ ପଛାଇ ନଥାନ୍ତି । ଏହାର ସାଇଡ୍ ଇଫେକ୍ଟ ଦ୍ୱାରା ଆମ ଶରୀରରେ ଗ୍ୟାସ, ଡାଇରିଆ ପରି ରୋଗ ସୃଷ୍ଟି ହୋଇଥାଏ । ଆପଣ କଣ ଜାଣନ୍ତି କି, ଆମେ ନିୟମିତ ସେବନ କରୁଥିବା କିଛି ଖାଦ୍ୟକୁ ମିଶ୍ରଣ କରି ଖାଇବା ଦ୍ୱାରା ଆମ ଶରୀରରେ ଓଜନ ନିୟନ୍ତ୍ରିତ ହୋଇପାରିବ । ଆସନ୍ତୁ ଜାଣିବା ଓଜନ ହ୍ରାସ କରୁଥିବା ଏପରି କିଛି ମିଶ୍ରଣ ଖାଦ୍ୟ ବିଷୟରେ ।

– ପ୍ରୋଟିନରେ ଭରପୁର ଥିବା ଅଣ୍ଡା ସହିତ ଗରମ ସସ୍ ମିଶାଇ ଖାଇବା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ । ସସ୍ ତିଆରି କରିବା ସମୟରେ ସେଥିରେ ମିଶୁଥିବା ଲାଲ ଲଙ୍କା ଆମ ଶରୀରରେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ତେଣୁ ଓଜନ ନିୟନ୍ତ୍ରଣ ପାଇଁ ସକାଳ ଜଳଖିଆରେ ଅଣ୍ଡା ସହ ଗରମ ସସ୍ ମିଶାଇ ସେବନ କରିବା ଉଚିତ ।

– ସକାଳ ଜଳଖିଆରେ ଓଟସ୍ ଖାଇବା ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ତେବେ ଖାଇବା ସମୟରେ ଓଟସ୍ ସହ ଦୁଇ ଚାମଚ ବାଦାମ ବଟର ମିଶାଇ ସେବନ କରିବା ଦ୍ୱାରା ଏହା ଆମର ଶରୀରରେ ହଜନ କ୍ରିୟାକୁ ମନ୍ଥର କରିଦେଇଥାଏ । ଫଳରେ ଆମକୁ ଶୀଘ୍ର ଭୋକ ଲାଗିନଥାଏ । ଏହା ଓଜନକୁ ହ୍ରାସ କରିବାରେ ସହାୟକ ହୋଇଥାଏ ।

– ସୁସ୍ଥ ଚର୍ବିରେ ଭରପୁର ଆଭାକାଡୋ ଫାଇବରର ଏକ ମୁଖ୍ୟ ଉତ୍ସ । ଗୋଟିଏ ଅଧା ଆଭାକାଡୋ ଶରୀର ପାଇଁ ଗୋଟିଏ ଦିନରେ ଆବଶ୍ୟକ ଥିବା ଫାଇବରର ୨୫ ପ୍ରତିଶତ ପୂରଣ କରିଦେଇଥାଏ । ଏକ ପରୀକ୍ଷାରୁ ଜଣାପଡ଼ିଛି ଯେ, ଓମେଗା-୩ ଓ ପ୍ରୋଟିନ ପର୍ଯାପ୍ତ ମାତ୍ରାରେ ଥିବା ସଲମନ୍ ମାଛ ସହିତ ଆଭାକାଡୋ ମିଶାଇ ସେବନ କରିବା ଫଳରେ ଭୋକକୁ ନିୟନ୍ତ୍ରଣରେ ରଖାଯାଇ ପାରିବ । ସ୍ପଳ୍ପ ସମୟ ମଧ୍ୟରେ ଓଜନ ହ୍ରାସ କରିବା ପାଇଁ ଏହା ଏକ ଭଲ ଉପାୟ ଅଟେ ।

– ସକାଳୁ ଉଷୁମ ପାଣି ସହ ଲେମ୍ବୁ ଓ ମହୁ ମିଶାଇ ପିଇବା ଦ୍ୱାରା ଏହା ଆମର ଓଜନକୁ ହ୍ରାସ କରିଥାଏ । ଏହି ପାନୀୟ ନିୟମିତ ସେବନ କରିବା ଫଳରେ ଓଜନ ନିୟନ୍ତ୍ରଣ ହେବା ସହିତ ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ ।

Get real time updates directly on you device, subscribe now.