fbpx

ଆପଣ ଲୋ ବ୍ଲଡପ୍ରେସରର ଶିକାର ହୋଇଛନ୍ତି କି, ତେବେ ଆଜିଠାରୁ ଏହି ଖାଦ୍ୟ ଖାଇବା ଆରମ୍ଭ କରିଦିଅନ୍ତୁ

ହାଇ ବ୍ଲଡପ୍ରେସର ହେଉ ବା ଲୋ ବ୍ଲଡପ୍ରେସର ଶରୀର ପାଇଁ ବହୁତ କ୍ଷତିକାରକ ହୋଇପାରେ । ଏହି ରୋଗରେ ଆକ୍ରାନ୍ତ ହେବା ଫଳରେ ହୃଦରୋଗ, ମସ୍ତିଷ୍କ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗମାନଙ୍କରେ ରକ୍ତ ପ୍ରବାହରେ ବହୁତ ସମସ୍ୟା ଦେଖାଦେଇଥାଏ । ଆଜିକାଲି ପ୍ରାୟ ଲୋକ ବ୍ଲକପ୍ରେସର ରୋଗରେ ଆକ୍ରାନ୍ତ ହେଉଛନ୍ତି ।
ବିଶେଷଜ୍ଞଙ୍କ ମତରେ ଯଦି ଆପଣଙ୍କର ଶରୀରରେ ସାମାନ୍ୟ ଦୁର୍ବଳତା, ମୁଣ୍ଡ ବୁଲାଇବା, ବାନ୍ତି ହେବା, ଦୃଷ୍ଟିଶକ୍ତି ହ୍ରାସ ହେବା ଭଳି ଲକ୍ଷଣ ଦୃଷ୍ଟିଗୋଚର ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । ଆସନ୍ତୁ ଜାଣିବା ଲୋ ବ୍ଲଡପ୍ରେସରର ଶିକାର ହୋଇଥିଲେ ଆପଣଙ୍କ କେଉଁ କେଉଁ ଖାଦ୍ୟ ପ୍ରତି ଧ୍ୟାନ ଦେବା ଦରକାର ।

– ଆପଣମାନେ, ଜଳଖିଆ, ମଧ୍ୟାହ୍ନଭେଜନ ଓ ରାତି ଭୋଜନ ମଧ୍ୟରେ କିଛି ସ୍ନାକ୍ସ ଖାଇବା ଉଚିତ । ପେଟକୁ ଖାଲି ନ ରଖିବା ପାଇଁ କିଛି ସମୟର ବ୍ୟବଧାନରେ ଅଳ୍ପ ପରିମାଣର ଖାଦ୍ୟ ଖାଇବା ଆବଶ୍ୟକ । ବ୍ଲଡପ୍ରେସର ରୋଗୀଙ୍କ ପାଇଁ ଏହା ବହୁତ ଲାଭକାରୀ ହୋଇଥାଏ ।

– ନିୟମିତ ମାତ୍ରାଧିକ ଖାଇବା ଲୁଣର ବ୍ୟବହାର ଶରୀର ପାଇଁ କ୍ଷତିକର ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁଯାୟୀ, ଆପଣଙ୍କର ନିୟମିତ ଖାଦ୍ୟରେ ଏକ ଚାମଚ ଲୁଣ ନିହାତି ଆବଶ୍ୟକ । ନିୟମିତ ବ୍ୟାୟାମ କରୁଥିବା ବ୍ୟକ୍ତିମାନେ ଲେମ୍ବୁପାଣି ସହ ଲୁଣ ମିଶ୍ରଣ କରି ପିଇପାରିବେ । ଅଧିକ ଲୁଣର ବ୍ୟବହାର ବ୍ଲକପ୍ରେସର ମାତ୍ରାକୁ ବୃଦ୍ଧି କରିଥାଏ ।

– ପାଣିରେ ଭିଜାଯାଇଥିବା ପେସ୍ତା ବାଦାମର ଚୋପା ଛଡ଼ାଇ ତାକୁ ଗୁଣ୍ଡ କରି କ୍ଷୀର ସହିତ ସେବନ କରିପାରିବେ । ଏହି ମିଶ୍ରଣରେ କୋଲେଷ୍ଟରଲ ରହିଥାଏ । ତେଣୁ ଏହାକୁ ନିୟମିତ ଖାଇଲେ ଲୋ ବ୍ଲଡପ୍ରେସର କଦାପି ପାଖ ମାଡ଼ିବ ନାହିଁ ।

– ତୁଳସୀ ପତ୍ର ମଧ୍ୟ ବ୍ଲଡପ୍ରେସରରେ ବହୁତ ଉପକାରୀ ହୋଇଥାଏ । ପ୍ରତ୍ୟେକ ଦିନ ସକାଳୁ ୫-୬ଟି ତୁଳସୀ ପତ୍ର ଚୋବାଇ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । ତୁଳସୀ ପତ୍ରରେ ପର୍ଯ୍ୟାପ୍ତ ମାତ୍ରାରେ ପୋଟାସିୟମ, ମ୍ୟାଗ୍ନେସିୟମ ଓ ଭିଟାମିନ-ସି ରହିଥାଏ । ଏହା ଶରୀରରେ ରକ୍ତକୁ ଠିକଭାବେ ନିୟନ୍ତ୍ରଣ କରିଥାଏ । ଏଥିରେ ଏକ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ, ଏହା କୋଲେଷ୍ଟରଲ ମାତ୍ରାକୁ ହ୍ରାସ କରିବାରେ ସହାୟକ ହୋଇଥାଏ ।

– ଚା କିମ୍ବା କଫି ସ୍ୱଳ୍ପ ସମୟ ପାଇଁ ବ୍ଲଡପ୍ରେସରରୁ ମୁକ୍ତି ଦେଇଥାଏ । ଯଦି ଆପଣଙ୍କର ବ୍ଲଡପ୍ରେସର ଅଚାନକ ହ୍ରାସ ପାଏ, ତେବେ ଏକ କପ ଚା କିମ୍ବା କଫି ପିଇବା ଆପଣଙ୍କ ପାଇଁ ଫାଇଦା ହୋଇଥାଏ । ସ୍ୱଳ୍ପ ସମୟ ପାଇଁ ହେଲେ ମଧ୍ୟ ଚା, କଫି ଦ୍ୱାରା ଶରୀରରେ ଖୁବ ଶୀଘ୍ର ଏହାର ପ୍ରଭାବ ଦେଖିବାକୁ ମିଳିଥାଏ ।

– ଦିନକୁ ୨ରୁ ୩ ଲିଟର ଜଳ ପାନ କରିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ଲୋ ବ୍ଲଡପ୍ରେସର ସମସ୍ୟାରେ ପଇଡ଼ ପାଣି, ବେଲ, ସରବତ, ଆମ୍ବ ପଣା ଆଦି ପିଇବା ଉଚିତ । ଏଥିସହ ଆପଣ ଡାଳିମ୍ବ ଜୁସ ମଧ୍ୟ ପିଇପାରିବେ । ଏଥିରେ ଥିବା ଏକ ଆଣ୍ଟିଅକ୍ସିଡେଣ୍ଟ ବ୍ଲଡପ୍ରେସରରୁ ଶରୀରକୁ ରକ୍ଷା କରିଥାଏ ।

Get real time updates directly on you device, subscribe now.