fbpx

କରୋନା ସହ ଲଢ଼େଇ କରିବାକୁ ହେଲେ ଖାଆନ୍ତୁ ଏହି ଜିନିଷ, ଶରୀରରେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି

ଦେଶ ଓ ରାଜ୍ୟରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏହା ସହ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ଲୋକମାନେ ଭୟଭିତ ଅବସ୍ଥାରେ ଅଛନ୍ତି । କିନ୍ତୁ କରୋନା ସହ ଲଢ଼େଇ କରିବାକୁ ହେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ଆବଶ୍ୟକ । ତେଣୁ ଏହି ଖାଦ୍ୟ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ତେବେ ଆସନ୍ତୁ ଜାଣିବା କଣ କଣ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।
ହଳଦୀରେ ଆଣ୍ଟିଇନଫ୍ଲାମେଟ୍ରି ଗୁଣ ରହିଥାଏ, ତେଣୁ ଖୀର କିମ୍ବା ଗରମ ପାଣିରେ ହଳଦୀ ମିଶାଇ ପ୍ରତିଦିନ ସେବନ କରନ୍ତୁ ।ଏହା ଇନଫେକ୍ସନ ହେବାରୁ ବଞ୍ଚାଇଥାଏ ।
ସେହିପରି ଅମୃତଭଣ୍ଡା, କମଳା, ଲେମ୍ବୁ, ନିମ, ତୁଳସୀ ଆଦି ସବୁ ଖାଆନ୍ତୁ । ଏଥିରେ ଭିଟାମିନ ସି ଭରପୂର ହୋଇ ରହିଥାଏ । ଯାହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।
ପିଆଜ, ଅଦା, ରସୁଣ, ଗାଜର ଓ ନଡ଼ିଆ ତେଲ ଖାଆନ୍ତୁ । ଏହା କରୋନା ଭାଇରସ୍ ସହ ଲଢ଼େଇ କରିବା ପାଇଁ ଶରୀରକୁ ଶକ୍ତି ଯୋଗାଇଥାଏ ।

Get real time updates directly on you device, subscribe now.