fbpx

ଖାଦ୍ୟକୁ ଧୀରେ ଧୀରେ ଚୋବାଇ ଖାଇବା ଦ୍ୱାରା ମୋଟାପଣ ଓ ବଢ଼ୁଥିବା ଓଜନକୁ କରିପାରିବେ ନିୟନ୍ତ୍ରଣ: ଅଧ୍ୟୟନ

ନୂଆଦିଲ୍ଲୀ: ଶରୀରରେ ବଢ଼ୁଥିବା ମୋଟାପଣ ଓ ଓଜନର ସମ୍ବନ୍ଧ ଆମର ଖାଦ୍ୟପାନୀୟ ଆଦି ସହିତ ରହିଥଶ, । ଆମେ କିପରି ଖାଇଥାଉ ଓ କଣ ଖାଇଥାଉ ତାହାର ପ୍ରଭାବ ସିଧାସଳଖ ଶରୀରରେ ଉପରେ ପଡେ । ନିକଟରେ ଜାପାନର ଏକ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଷ୍ଟଡି ମୁତାବକ ଚୋବାଇ ଖାଇବା ଓ ଡିଆଇଟି ଅର୍ଥାତ୍ ଆହାର-ପ୍ରେରିତ ଥର୍ମୋନେସିସ୍ ମଧ୍ୟରେ ଗଭୀର ସମ୍ବନ୍ଧ ରହିଛି । ୱସୋଦା ୟୁନିଭର୍ସିଟି ରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଖାଦ୍ୟକୁ ଭଲ ଭାବରେ ଚୋବାଇ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଏହା ସହିତ ଖାଦ୍ୟକୁ ଲଗାତର ଭାବରେ ଚୋବାଇ ଖାଇବା ଦ୍ୱାରା ମୋଟାପଣ ଓ ବୃଦ୍ଧି ପାଉଥିବା ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ ମିଳିଥାଏ ।

ୱସେଦା ୟୁନିଭର୍ସିଟିର ଡା. ୟୁକା ହମଦା ଓ ପ୍ରୋଫେସର୍ ନାୟୋୟୁକି ହୟାଶୀଙ୍କ ନେତୃତ୍ୱରେ କରାଯାଇଥିବା ଷ୍ଟଡିର ନିଷ୍କର୍ଷକୁ ସାଇଣ୍ଟିଫିକ୍ ରିପୋର୍ଟସ୍ ଜର୍ନାଲରେ ପ୍ରକାଶିତ କରାଯାଇଛି । ସାଧାରଣତଃ ଦେଖାଯାଏ ଯେ, ଖାଦ୍ୟକୁ ଚୋବାଇ ଖାଇବା ଦ୍ୱାରା ମେଟାବୋଲିଜିମ୍ ସହିତ ସମ୍ବନ୍ଧିତ ଶକ୍ତି ଖର୍ଚ୍ଚ ହୋଇଥାଏ ଓ ଅନ୍ତରାଳ ଅଙ୍ଗ ମଧ୍ୟରେ ଆକ୍ଟିଭିଟି ବଢ଼ିଥାଏ । ଖାଇବା ପରେ ଶରୀରରେ ଗରମ ବଢ଼ିଥାଏ ଓ ତାହାକୁ ଆହାର-ପ୍ରେରିତ ଥର୍ମୋଜେନେସିସ୍ ଭାବରେ ଜଣାଯାଇଥାଏ ।

Get real time updates directly on you device, subscribe now.