fbpx

ଶୀତଦିନେ ମୂଳା ଖାଇବାକୁ ଭୁଲନ୍ତୁ ନାହିଁ, ମିଳିଥାଏ ଏହିସବୁ ଫାଇଦା

ଶୀତଦିନେ ମୂଳା ଖାଇବା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଥଣ୍ଡା ସିଜିନରେ ମୂଳ ସବୁଆଡ଼େ ପ୍ରାୟତଃ ଲପଲବ୍ଧ ହୋଇଥାଏ । ମୂଳାରେ କ୍ୟାଲସିୟମ, ଫାଇବର, ମ୍ୟାଗ୍ନେସିୟମ ଓ ଭିଟାମିନ-ସି ଆଦି ରହିଛି । ତେଣୁ ଏହା ଶରୀରରେ ହଜମ କ୍ରିୟାକୁ ଠିକ ରଖିବାରେ ସହାୟକ ହୋଇଥାଏ । ଆସନ୍ତୁ ଜାଣିବା ମୂଳା ଖାଇଲେ କଣ ସବୁ ଫାଇଦା ମିଳିଥାଏ ।

– ମୂଳାକୁ ସାଲାଡ ଭାବରେ ଖାଇବା ଦ୍ୱାରା ଶରୀରରେ ସୃଷ୍ଟି ହେଉଥିବା ପଥର ତରଳଯିବା ସହ ବାହାରି ଯାଇଥାଏ । ଲ୍ୟୁକୋରିଆ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ମୂଳା ରସ ଓ ପତ୍ର ଖାଇବା ଉଚିତ । ଏଥିସହ ମୂଳା ହୃଦରୋଗର ଆଶଙ୍କାକୁ ହ୍ରାସ କରିଥାଏ ।

– ମୂଳା ଶରୀରକୁ ପୋଟାସିୟମ ଯୋଗାଉଥିବାରୁ ଏହା ରକ୍ତଚାପକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଭିଟାମିନ-ସି ଥିବାରୁ ଏହା ଥଣ୍ଡା ଓ କାଶରୁ ରକ୍ଷା କରିଥାଏ ।

– ନିୟମିତ ମୂଳା ଖାଇବା ଦ୍ୱାରା ଶରୀରରେ ଲାଲ ରକ୍ତକଣିକା ଠିକ ଭାବେ ନିୟନ୍ତ୍ରିତ ହୋଇଥାଏ । ଏଥିସହ ମୂଳା ରକ୍ତରେ ଅମ୍ଲଜାନ ଯୋଗାଣ କରିବାରେ ସହାୟକ ହୋଇଥାଏ ।

– ପ୍ରତିଦିନ ସକାଳେ ମୂଳା ରସ ପିଇବା ଦ୍ୱାରା ଆପଣଙ୍କର ତ୍ୱଚା ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ । ଚର୍ମର ଶୁଷ୍କତା, ଦାଗ, ବ୍ରଣ ଆଦିକୁ ଏହା ରୋକିଥାଏ । ଏଥିସହ କେଶ ଝଡ଼ିବା ବନ୍ଦ କରିବା ସହ କେଶ ମୂଳକୁ ମଜବୁତ କରିଥାଏ ।

– ଥାଇରଏଡ୍ ରୋଗରେ ଆକ୍ରାନ୍ତ ରୋଗୀମାନେ ମାତ୍ରାଧିକ ମୂଳା ଖାଇବା ଅନୁଚିତ । ମୂଳା ବେଶୀ ଖାଇବା ଦ୍ୱାରା ଶରୀରରେ ହରମୋନ ସୃଷ୍ଟିରେ ବାଧା ସୃଷ୍ଟି ହୋଇଥାଏ । ଏଥିସହ ମୂଳା ଶରୀରରେ ଅମ୍ଲତା, ଗ୍ୟାଷ୍ଟ୍ରିକ, ମୋଟାପଣ ଆଦିକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

Get real time updates directly on you device, subscribe now.