fbpx

ଅଧିକ ଲୁଣ ଖାଇଲେ ପିଲାଙ୍କର ବଢିଥାଏ ମୋଟାପଣ

ଲୁଣକୁ ଅଧିକ ମାତ୍ରାରେ ବ୍ୟବହାର କରିବା ମଧ୍ୟ ଆମ ସ୍ୱାସ୍ଥ୍ୟ ହାନିକାରକ ହୋଇଥାଏ । ଏହା ଶରୀରର ଅନେକ ଅଙ୍ଗକୁ ପ୍ରଭାବିତ କରିଥାଏ । କିଡନୀ, ଲିଭର ଆଦି ଅନେକ ଅଙ୍ଗ ଲୁଣ ଅଧିକ ଖାଇବା ଦ୍ୱାରା ଖରାପ ହୋଇପାରେ ।

ଯଦି ପିଲାମାନେ ଅଧିକ ଲୁଣ ଖାଆନ୍ତି, ତେବେ ସେମାନଙ୍କ ଓଜନ ବୃଦ୍ଧି ହୋଇପାରେ । ଯେତେବେଳେ ଆମେ ଲୁଣ ଆବଶ୍ୟକତାଠାରୁ ଅଧିକ ଖାଉଥାଉ, ସେବେ ଶରୀରରେ ଜଳ ଗୋଟିଏ ସ୍ଥାନରେ ଷ୍ଟୋର ହୋଇ ରହିବାକୁ ଲାଗେ । ଏଥିପାଇଁ ମୋଟାପଣ ବୃଦ୍ଧି ହୋଇଥାଏ ।

ଏହା କୌଣସି ବଡ ସମସ୍ୟା ନୁହେଁ, କାରଣ ପିଲାମାନେ ଲୁଣ ଖାଇବା ବନ୍ଦ କରିଦେବା ଫଳରେ ପାଣି ଷ୍ଟୋର ହେବା ବନ୍ଦ ହୋଇଥାଏ ଓ ପୂର୍ବଭଳି ଓଜନ କମିଯାଇଥାଏ ।

କିନ୍ତୁ ଅଧିକ ଲୁଣ ଖାଇବା ହୃଦଘାତ ସହିତ ଅନେକ ରୋଗର କାରଣ ହୋଇପାରେ । ସେଥିପାଇଁ ପିଲାମାନଙ୍କୁ ଅଧିକ ଲୁଣ ଖାଇବାକୁ ନଦେବା ଭଲ ।

Get real time updates directly on you device, subscribe now.