fbpx

୫ ରାଜ୍ୟରେ ବିଧାନସଭା ନିର୍ବାଚନ: ଇସିଙ୍କ ବୈଠକ ଆଜି

ନୂଆଦିଲ୍ଲୀ, ୨୪ା୨: ୫ଟି ରାଜ୍ୟ ଲାଗି ହେବ ନିର୍ବାଚନ ତାରିଖ ଘୋଷଣା । କାର୍ଯ୍ୟସୂଚୀ ଚୂଡ଼ାନ୍ତ ନେଇ ଆଜି ନିର୍ବାଚନ ଆୟୋଗଙ୍କ ବୈଠକ ବସିବ । ପାଞ୍ଚଟି ରାଜ୍ୟ ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳ, ଆସାମ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ କୋଲକାତାରେ ଆଜି ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁଯାୟୀ, ଆସନ୍ତା ଏପ୍ରିଲ-ମେ ମାସରେ ୫ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାର ଅନୁମାନ କରାଯାଉଛି । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ନେତୃତ୍ୱରେ ଇସିର ଟିମ୍ ସମସ୍ତ ରାଜ୍ୟ ଗସ୍ତ କରିବ । ଆସନ୍ତା ଶୁକ୍ରବାର ଦିନ ପଶ୍ଚିମବଙ୍ଗ ଦାୟିତ୍ୱରେ ଥିବା ଡେପୁଟି ନିର୍ବାଚନ କମିଶନର ସୁଦୀପ ଜୈନ କୋଲକତା ଗସ୍ତ କରିବେ । ଏହି ଗସ୍ତ ଅବସରରେ ସେ ନିର୍ବାଚନର ପ୍ରସ୍ତୁତି ସମୀକ୍ଷା କରିବା ସହ ଜିଲ୍ଲାପାଳ ଓ ଏସପିଙ୍କ ସହିତ ବୈଠକରେ ଯୋଗଦେବେ । ସୂଚନାଯୋଗ୍ୟ ଯେ, ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ମାସ ଆରମ୍ଭ ସୁଦ୍ଧା ନିର୍ବାଚନ ତାରିଖ ଚୂଡ଼ାନ୍ତ କରିବାକୁ ସୂଚନା ଦେଇଥିଲେ ।

Get real time updates directly on you device, subscribe now.