fbpx

ବିଧାୟକଙ୍କ ସମ୍ପର୍କୀୟଙ୍କ ଘରେ ନୋଟର ପାହାଡ଼, ମିଳିଲା ୨୦ କୋଟି ନଗଦ, ଜାରି ରହିଛି ରେଡ୍

ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ଏବଂ ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ବୋର୍ଡ ନିଯୁକ୍ତି ଘୋଟାଲକୁ ନେଇ ପଶ୍ଚିମବଙ୍ଗରେ ଅନେକ ସ୍ଥାନରେ ଯାଞ୍ଚ ହେଉଛି । ଏହି ସମୟରେ ପଶ୍ଚିମବଙ୍ଗ ସରକାର ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ବିଭିନ୍ନ ବାସସ୍ଥାନ ଉପରେ ମଧ୍ୟ ଚଢ଼ଉ ହୋଇଛି । କୁହାଯାଉଛି ଯେ ପାର୍ଥ ଚାଟାର୍ଜୀଙ୍କ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୦ କୋଟି ନଗଦ ଜବତ ହୋଇଛି ।

ଇଡିକୁ ଏହି ଟଙ୍କା ଅର୍ପିତାଙ୍କ ବାସଭବନରୁ ମିଳିଛି । ଚଢ଼ଉ କରିବାକୁ ଯାଇଥିବା ଟିମ ଟଙ୍କା ଗଣିବା ପାଇଁ ବ୍ୟାଙ୍କ୍ କର୍ମଚାରୀଙ୍କ ସହ ନୋଟ୍ ଗଣିବା ମେସିନ୍ ର ମଧ୍ୟ ସାହଯ୍ୟ ନେଇଛନ୍ତି । ଏହା ବ୍ୟତୀତ ଅର୍ପିତାଙ୍କ ଘରୁ ୨୦ ମୋବାଇଲ ଫୋନ୍ ମଧ୍ୟ ଜବତ ହୋଇଛି । ଏହା ସହ ଘଟଣାରେ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ଯେ କିପରି ୨୦ ମୋବାଇଲ ଏବଂ ଏତେ ମାତ୍ରାରେ ୫୦୦,୨୦୦୦ ଟଙ୍କାର ନୋଟ୍ ଘରେ ରଖିଥିଲେ ।

ଏହ ବ୍ୟତୀତ ଇଡି ଏହି ମାମଲାରେ ଶିକ୍ଷା ରାଜ୍ୟମନ୍ତ୍ରୀ ପରେଶ ଅଧିକାରୀଙ୍କ କୁଚ ବିହାର ଜିଲ୍ଲା ସ୍ଥିତ ଘରେ ମଧ୍ୟ ଚଢ଼ଉ ହୋଇଛି । ପାର୍ଥ ଚାଟାର୍ଜୀ ଏବଂ ପରୋଶ ଅଧିକାରୀଙ୍କୁ ସିବିଆଇ ଏମଏସସି ନିଯୁକ୍ତି ଘୋଟାଲାରେ ପଚରାଉଚରା କରିଛି ।

Get real time updates directly on you device, subscribe now.