fbpx

ସିଲ୍ ହେଲା ନାସନାଲ ହେରାଲ୍ଡ ଅଫିସ୍, କାଲିଠାରୁ ଜାରି ରହିଥିଲା ଚଢ଼ଉ

ନୂଆଦିଲ୍ଲୀ: ନାସନାଲ ହେରାଲ୍ଡ କେସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ଇଡି ବୁଧବାର ନାସନାଲ ହେରାଲ୍ଡ ଅଫିସ୍ କୁ ସିଲ୍ କରିଛି । ଇଡିର ନିର୍ଦ୍ଦେଶ ରହିଛି ଯେପରି ଅନୁମତି ବିନା ଅଫିସ୍ ପରିସର ଖୋଲାଯାଇପାରିବ ନାହିଁ । ଗତକାଲି ଠାରୁ ମନି ଲଣ୍ଡ୍ରିଂ ମାମଲାରେ ଇଡି ଏଠାରେ ଚଢ଼ଉ ଜାରି ରଖିଥିଲା । ଏହାସହ କଂଗ୍ରେସ ମୁଖ୍ୟାଳୟ ବାହାରେ ପୋଲିସ ସୁରକ୍ଷା ବଢ଼ାଯାଇଛି । କଂଗ୍ରେସ ମୁଖ୍ୟାଳୟ ଏବଂ ସେଠାରୁ ଆସୁଥିବା ରାସ୍ତା ଉପରେ ବ୍ୟାରିକେଟିଂ କରାଯାଇଛି । ଏହା ବ୍ୟତୀତ ରାହୁଲ ଗାନ୍ଧୀ ଏବଂ ସୋନିଆଙ୍କ ବାସଭବନର ମଧ୍ୟ ସୁରକ୍ଷା ବଢ଼ାଯାଇଛି ।

ତେବେ ନାସନାଲ ହେରାଲ୍ଡ ହାଉସ ସିଲ୍ କରିବାକୁ ନେଇ ଇଡି ଅଧିକାରୀଙ୍କ ତରଫରୁ କୁହାଯାଇଛି ଯେ ମଙ୍ଗଳବାର ଚଢ଼ଉ ସମୟରେ ମିଳିଥିବା ପ୍ରମାଣକୁ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । ତେବେ ନାସନାଲ ହେରାଲ୍ଡର ଅନ୍ୟ କାର୍ଯ୍ୟାଳୟ ବ୍ୟବହାର ପାଇଁ ଖୋଲା ରହିବ । କେବଳ ୟଙ୍ଗ ଇଣ୍ଡିଆ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି ଏବଂ କାର୍ଯ୍ୟାଳୟ ଭିତରକୁ ବିନା ଅନୁମତିରେ ପ୍ରବେଶ ଉପରେ କଟକଣା ଲଗାଯାଇଛି ।

ସୂଚନାଯୋଗ୍ୟ, ନାସନାଲ ହେରାଲ୍ଡ କେସରେ ବଡ଼ କାର୍ଯ୍ୟାନୁଷ୍ଠାନ ନେବା ସହ ରାଜଧାନୀ ଦିଲ୍ଳୀ ସହ ୧୨ଟି ସ୍ଥାନରେ ରେଡ୍ କରିଛି । ମାମଲାରେ କଂଗ୍ରେସର ଟପ୍ ନେତାଙ୍କ ଉପରେ ନିୟମ ଉଲ୍ଲଘଂନ ଅଭିଯୋଗ ରହିଛି । ଯାହାକୁ ନେଇ ଇଡି ପୂର୍ବରୁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା ମଧ୍ୟ କରିଥିଲା । ଯାହାକୁ ନେଇ କଂଗ୍ରେସ କଡ଼ା ବିରୋଧ କରିଆସୁଛି । ଏମିତିକି ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ମଧ୍ୟ କରାଯାଇଛି ।

Get real time updates directly on you device, subscribe now.