fbpx

ବଢିଲା ଜ୍ୟାକଲିନଙ୍କ ଅଡୁଆ: ୮ରେ ହାଜର ହେବା ନେଇ ଇଡିର ସମନ

ନୂଆଦିଲ୍ଲୀ: ଅର୍ଥ ନେଣଦେଣ ନେଇ ହୋଇଥିବା ଠକେଇ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିସଙ୍କୁ ଇଡିର ଚିଠି । ଏହି ସମନ ମାଧ୍ୟମରେ ସେ ଡିସେମ୍ବର ୮ରେ ଇଡିରେ ହାଜର ହେବା ନେଇ ସୂଚନା ମିଳିଛି । ପୂର୍ବରୁ ଦୁଇ ଦୁଇ ଥର ଇଡି ସମ୍ମୁଖରେ ହାଜର ହୋଇ ପଚରାଉଚରାରେ ସାମିଲ ହୋଇଥିବା ବେଳେ ଏହା ତୃତୀୟ ଥର ବୋଲି ଜଣାପଡିଛି ।

ଏନେଇ ଗତ ରବିବାର ମୁମ୍ବାଇ ବିମାନ ବନ୍ଦରରେ ଜ୍ୟାକଲିନଙ୍କ ବିଦେଶ ଗସ୍ତକୁ ବନ୍ଦ କରାଯାଇଥିଲା। ଏଥିରେ ଇଡିର ଲୁକ୍ ଆଉଟ୍ ସର୍କୁଲାର୍ ଜାରି ହେବା କାରଣରୁ ବିମାନବନ୍ଦରର କର୍ମଚାରୀମାନେ ଜ୍ୟାକଲିନଙ୍କୁ ଅଟକାଇଥିଲେ । ପରେ ଇଡି ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିବା ବେଳେ କିଛି ସମୟର ପଚରାଉଚରା ପରେ ଦଳ ତାଙ୍କୁ ମୁକ୍ତ କରିଥିଲା ।

ସେପଟେ ଏହି ଘଟଣାରେ ଇଡି ନିଜ ପ୍ରତିକ୍ରିୟାରେ କହିଛି ଯ଼େ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ଟଙ୍କା ହେରଫେର ମାମଲାରେ ଜଡିତ ଅଛି । ଆଉ ଏହି ମାମଲାରେ ମଧ୍ୟ ଦଳ ତାଙ୍କୁ ପ୍ରଶ୍ନ କରିବା ସହ ତାଙ୍କର ବୟାନ ରେର୍କଡ କରିଛି ।

 

 

Get real time updates directly on you device, subscribe now.