fbpx

କରୋନା ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଶୂନ, ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଗଲା ଏହି ନିଷ୍ପତ୍ତି

ଭୁବନେଶ୍ୱର, ୧୬ା୫ (ଓଡିଶା ଭାସ୍କର): କରୋନା ପାଇଁ ରାଜ୍ୟରେ ଦୀର୍ଘଦିନ ଧରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବନ୍ଦ ରହିଛି । ଗତବର୍ଷ ଛାତ୍ରଛାତ୍ରୀ କ୍ଲାସରୁମ୍ ଶିକ୍ଷାଦାନରୁ ବଞ୍ଚିତ ହୋଇଥିଲେ । ତେବେ ଅନଲାଇନରେ ପାଠପଢ଼ା ଆରମ୍ଭ କରାଯାଇଥିଲେ ମଧ୍ୟ ନେଟୱାର୍କ ସମସ୍ୟା କାରଣରୁ ସବୁପିଲା ଏହାର ସୁଫଳ ପାଇ ପାରିନଥିଲେ । ଚଳିତ ବର୍ଷ ପିଲାଙ୍କ ପାଠପଢ଼ା ନେଇ ଗଣଶିକ୍ଷା ବିଭାଗ ମାନସ ମନ୍ଥନ କରିବା ଆରମ୍ଭ କରିଦେଇଛି । ବିଭାଗ ପକ୍ଷରୁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ଅନଲାଇନ୍ ପାଠରୁ ବଞ୍ଚିତ ପିଲାଙ୍କ ଗାଁକୁ ଯାଇ ଶିକ୍ଷାଦାନ କରାଯିବାକୁ ଯୋଜନା କରାଯାଇଛି ।

ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପିଲାଙ୍କୁ ବହି ପ୍ରଦାନ କରାଯାଇଥିଲା । ଏହାଛଡ଼ା ବିଦ୍ୟାର୍ଥୀ ଓ ଶିକ୍ଷକଙ୍କୁ ନେଇ ହ୍ୱାଟସଆପ୍ ଗ୍ରୁପ୍ ଗଠନ କରି ଆପ୍ ମାଧ୍ୟମରେ ଶିକ୍ଷା ଦିଆଯାଇଥିଲା । ସରକାର ରେଡିଓ ପାଠପଢ଼ା, ରେଡିଓ ସୁରଭି ଭଳି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ମଧ୍ୟ ୫୦ ପ୍ରତିଶତ ପିଲା ଏଥିରେ ଉପକୃତ ହୋଇପାରି ନଥିଲେ । ଚଳିତ ବର୍ଷ ପିଲାଙ୍କୁ କିପରି ଉପଯୁକ୍ତ ଶିକ୍ଷା ଦିଆଯିବ, ସେନେଇ ବରିଷ୍ଠ ଶିକ୍ଷାବିତ୍ ଓ ବିଭିନ୍ନ ବର୍ଗର ଲୋକଙ୍କ ମତାମତ ନିଆଯାଉଛି । ବିଭାଗ ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ଯୋଜନାଗୁଡ଼ିକ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ । ଆସନ୍ତାକାଲି ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବୈଠକ ଅନୁଷ୍ଠିତ ହେବ । ଉକ୍ତ ବୈଠକରେ ପାଠପଢ଼ା ସଂକ୍ରାନ୍ତୀୟ ଆଲୋଚନା ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.