fbpx

କେବେ ଖୋଲିବ ସ୍କୁଲ: ୧ମରୁ ୭ମ ଶ୍ରେଣୀ କ୍ଲାସ ନେଇ ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତିରେ ସୁଧାର ଦେଖିବାକୁ ମିଳିଲାଣି । କରୋନାର ତୃତୀୟ ଲହର ସମ୍ଭାବନା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ଏହି ଅବସରରେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି । ଆସନ୍ତା ଦୀପାବଳୀ ପରେ ସ୍କୁଲ ଖୋଲିପାରେ । ୧ମରୁ ୭ମ ଶ୍ରେଣୀ ପିଲାଙ୍କ କ୍ଲାସ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ଦୀପାବଳୀ ପରେ ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେଇ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବା ନେଇ ବିଚାରବିମର୍ଷ ଚାଲିଛି । ପିଲାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ସ୍କୁଲ ଯାଇ ପାଠ ପଢ଼ିବା ପାଇଁ ପିଲାଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେଲାଣି । ପୂର୍ବରୁ ଖୋଲିଥିବା ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ସୁରୁଖୁରୁରେ ଚାଲିଛି । ଅନୁରୂପ ଭାବେ ଅନ୍ୟ ଶ୍ରେଣୀଗୁଡ଼ିକ ମଧ୍ୟ ଖୁବଶୀଘ୍ର ଖୋଲିବ ବୋଲି ମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ସ୍କୁଲ ଖୋଲିବା ନେଇ ଶିକ୍ଷାବିତ ଓ ବିଶେଷଜ୍ଞଙ୍କ ମତାମତ ଲୋଡ଼ାଯାଇଥିଲା । ସ୍କୁଲ ଖୋଲିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ଖୋଲିଥିବା ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପ୍ରାୟ ୬୫ ପ୍ରତିଶତ ରହୁଥିବା ଦେଖାଯାଇଛି ।

Get real time updates directly on you device, subscribe now.