fbpx

ଶୀତଦିନେ ଅଧିକ ଗରମ ପାଣିର ବ୍ୟବହାର କରୁଛନ୍ତି କି, ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ବିଷୟରେ

ଶୀତଦିନେ ଗରମ ପାଣି ପିଇବା ବା ଗାଧୋଇବା ଅଭ୍ୟାସ ଅଧିକାଂଶ ଲୋକଙ୍କର ରହିଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଥଣ୍ଡା ଦିନରେ ଅଧିକ ସମୟ ପର୍ଯ୍ୟନ୍ତ ଗରମ ପାଣିରେ ଗାଧୋଇବା ଅନୁଚିତ । ଏହି ଅଭ୍ୟାସ ଶାରୀରିକ ଓ ମାନସିକ ସ୍ତରରେ ଅନେକ କ୍ଷତି ଘଟାଇଥାଏ । ଆସନ୍ତୁ ଜାଣିବା ଗରମ ପାଣି ଦ୍ୱାରା ଆମ ଶରୀରର କ’ଣ ସବୁ କ୍ଷତି ଘଟିଥାଏ ।

– ବାସ୍ତବରେ ଗରମ ପାଣି ଚର୍ମରେ ଥିବା କେରାଟିନା ନାମକ ଏକ କୋଷକୁ ପ୍ରଭାବିତ କରିଥାଏ । ଯାହା ଫଳରେ ଚର୍ମରେ କୁଞ୍ଚନ, ଶୁଷ୍କ ଓ ଘା’ ସମସ୍ୟା ଦେଖାଦେଇଥାଏ ।

– ଅନେକ ସମୟରେ ଗରମ ପାଣି ଦ୍ୱାରା ପାଟିରେ ଫୁଲା ସୃଷ୍ଟି ହୋଇଥାଏ । ଏପରି କ୍ଷେତ୍ରରେ ଏହା ହଜମ ପ୍ରକ୍ରିୟାର ଆବରଣକୁ ନଷ୍ଟ କରିଦେଇପାରେ ।

– ଗରମ ପାଣି ଶରୀରର ଭିତର ଅଂଶକୁ ପ୍ରଭାବିତ କରିପାରେ, କାରଣ ପାଣିର ତାପମାତ୍ରା ଶରୀରର ତାପମାତ୍ରା ଠାରୁ ଅଧିକ ରହିଥାଏ ।

– ପାଣି ପାଇପଗୁଡ଼ିକ ପୁରୁଣା, କଳଙ୍କିତ, ମଇଳା ଅବସ୍ଥାରେ ରହିଥାଏ । ସେଥିରେ ଆସୁଥିବା ପାଣିରେ ଜୀବାଣୁ ଭରି ରହିଥାଆନ୍ତି । ଗରମ ପାଣିକୁ ଟ୍ୟାପରୁ ସିଧାସଳଖ ଆଣି ବ୍ୟବହାର କରିବା ଅନୁଚିତ । ଏକ ପାତ୍ରରେ ପ୍ରଥମେ ପାଣିକୁ ଗରମ କରି ପରେ ବ୍ୟବହାର କରିବା ଠିକ ହେବ ।

– ଶୀତଦିନେ ଆମକୁ କମ୍ ଶୋଷ ଲାଗିଥାଏ । ଏହାର ଅର୍ଥ ନୁହେଁ ଯେ ଆମେ ପ୍ରଚୁର ପାଣି ପିଇବାରେ ଅବହେଳା କରିବା । ସାଧାରଣତଃ ପରିସ୍ରା ଓ ଝାଳ ଆକାରରେ ଜଳ ଶରୀରରୁ ନିଷ୍କାସିତ ହୋଇଥାଏ । କମ୍ ଜଳ ପିଇବା ଦ୍ୱାରା ଶରୀରରେ ଡିହାଇଡ୍ରେଟିଂ ହୋଇ କିଡନୀ ଓ ହଜମ କ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ ।

Get real time updates directly on you device, subscribe now.