fbpx

ଆଶ୍ଚର୍ଯ୍ୟ ! ପୁରା ଘରକୁ ଉଠାଇ ଅନ୍ୟ ସ୍ଥାନରେ କରିଦେଲେ ସିପ୍ଟ: ଦେଖନ୍ତୁ ଭାଇରାଲ Video

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ହଜାର ହଜାର ଭିଡିଓ ଭାଇରାଲ ହେଉଥିବା ବେଳେ ନିକଟରେ ଏକ ଭିଡିଓ ଖୁବ୍ ଚର୍ଚ୍ଚାରେ ରହିଛି । ସେହି ଭିଡିଓରେ କିଛି ଲୋକ ପୁରା ଘରକୁ ଉଠାଇ ଅନ୍ୟ ସ୍ଥାନରେ ସିପ୍ଟ କରିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ, ଏହି ଘରେ ଜଣେ ବୟସ୍କ ଏକାକୀ ରହୁଥିଲେ । ଘରକୁ ସିପ୍ଟ କରିବା ପଛରେ ଅତ୍ୟନ୍ତ କୌତୁହଳପୂର୍ଣ୍ଣ କାରଣ ଦିଆଯାଇଛି । ଏହି ମାମଲା ଫିଲିପାଇନ୍ସର ଜାମ୍ବୋଙ୍ଗା ଡେଲ ନର୍ଥର ବୋଲି କୁହାଯାଉଛି ।

ଏହି ଭିଡିଓ ଇନଷ୍ଟାଗ୍ରାମରେ ‘ଗୁଡ୍ ନ୍ୟୁଜ୍ ମୁଭମେଣ୍ଟ୍’ ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ଏହି ଆକାଉଣ୍ଟରୁ ପ୍ରାୟତଃ ପଜିଟିଭ ଭିଡିଓ ସେୟାର କରାଯାଉଛି । ନିକଟରେ ଏଥିରେ ଏକ ଘର ଉଠାଇ ଅନ୍ୟତ୍ର ସିପ୍ଟ କରାଯାଇଥିବା ଭିଡିଓ ଅପଲୋଡ କରାଯାଇଥିଲା । ୭ ଫୁଟ ଉଚ୍ଚର ଏହି ଘରକୁ କିଛି ଲୋକ ବାଉଁସ ସାହାଯ୍ୟରେ କାନ୍ଧରେ ଉଠାଇ ସିପ୍ଟ କରୁଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ସେହି ଘରେ ଜଣେ ବୟସ୍କ ବ୍ୟକ୍ତି ଏକୁଠିଆ ରହୁଥିଲେ । ତାଙ୍କର ଦେଖାଶୁଣା କରିବାକୁ କେହି ନଥିଲେ । ବୟସ୍କଙ୍କ ପତ୍ନୀଙ୍କ ଦେହାନ୍ତ ହୋଇସାରିଥିଲା । ପରିବାରର ଅନ୍ୟ ସଦସ୍ୟମାନେ ଘରଠାରୁ କିଛି ଦୂରରେ ଥିବା ଘରେ ରହୁଥିଲେ । ତାଙ୍କର ପୁଅ ଓ ନାତି-ନାତୁଣିମାନେ ମଧ୍ୟ ଅନ୍ୟ ଜାଗାରେ ରହୁଥିଲେ ।

ବୟସ୍କଙ୍କ ପରିବାର ଲୋକେ ତାଙ୍କୁ ନିକଟରେ ସିପ୍ଟ ହେବାକୁ କହୁଥିଲେ, କିନ୍ତୁ ପାଖରେ କିଛି ଘର ଖାଲି ନଥିଲା । ଏଭଳି ପରିସ୍ଥିତିରେ ସ୍ଥାନୀୟ ଲୋକମାନେ ବୟସ୍କଙ୍କ ଘରକୁ ହିଁ ଉଠାଇ ତାଙ୍କ ପରିବାର ଲୋକଙ୍କ ପାଖରେ ସିପ୍ଟ କରିଥିଲେ । ଏଭଳି ଅସମ୍ଭବ କାମକୁ ପ୍ରାୟ ୨ ଡଜନ ଲୋକ କରିଥିଲେ ।

Get real time updates directly on you device, subscribe now.