fbpx

ବିଦ୍ରୋହୀ ବିଧାୟକଙ୍କୁ ହ୍ୱିପ୍ ଜାରି; ସନ୍ଧ୍ୟା ୫ଟା ସୁଦ୍ଧା ଉଦ୍ଧବଙ୍କ ବାସଭବନରେ ପହଞ୍ଚିବାକୁ ନିର୍ଦ୍ଦେଶ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଧିରେଧିରେ ରୋଚକ ହେବାରେ ଲାଗିଛି । ସରକାର ସଙ୍କଟରେ ପଡ଼ିବା ପରେ ମଧ୍ୟାହ୍ନ ୧ରେ କ୍ୟାବିନେଟ ବୈଠକ ଡାକିଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । କ୍ୟାବିନେଟ ବେଠକ ସମାପ୍ତ ହେବା ପରେ ଶିବସେନା ମସସ୍ତ ବିଧାୟକଙ୍କୁ ହ୍ୱୀପ୍ ଜାରି କରିଛି । ସନ୍ଧ୍ୟା ୫ଟା ସୁଦ୍ଧା ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ଉଦ୍ଧବଙ୍କ ସରକାରୀ ବାସଭବନ ବର୍ଷାରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟ ଭିତରେ ଯଦି କୌଣସି ବିଧାୟକ ନପହଞ୍ଚନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ତେବେ ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା କିମ୍ବା ସରକାର ଭଙ୍ଗ ନେଇ କୌଣସି ପ୍ରସ୍ତାବ ଆସିନାହିଁ । ଏହା ସହିତ ବୈଠକ ଶେଷରେ ଉଦ୍ଧବ ଏହା ମଧ୍ୟ କହିଥିଲେ ଯେ ଆଗକୁ କ’ଣ ହେଉଛି ଦେଖାଯିବ । ତେବେ ଏହି ବେଠକରେ ୮ ମନ୍ତ୍ରୀ ସାମିଲ ହୋଇନଥିଲେ ।

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ସମୟରେ ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଟ୍ୱିଟ୍ କରି କହିଛନ୍ତି ଯେ ରାଜ୍ୟରେ ରାଜନୈତିକ ବିକାଶ ଯେଉଁ ଦିଗରେ ଅଗ୍ରଗତି କରୁଛି ସେହି ଦିଗରେ ବିଧାନସଭା ଭଙ୍ଗ ହୋଇପାରେ ବୋଲି ଟ୍ୱିଟ୍ କରିଥିଲେ । ଶିବସେନାର ପ୍ରାୟ ୪୦ ବିଧାୟକଙ୍କ ସହିତ ଏକନାଥ ସିନେ୍ଧ ବିଦ୍ରୋହ ସୃଷ୍ଟି କରିବା ପରେ ମହାବିକାଶ ଅଘାଡ଼ି ସରକାରଙ୍କୁ ବଡ଼ ଝଟକା ଲାଗିଛି ।

 

 

 

Get real time updates directly on you device, subscribe now.