fbpx

ଫ୍ଲୋର ଟେଷ୍ଟରେ ପାସ୍ ହେଲେ ଏକାନାଥ ସିନ୍ଦେ: ମିଳିଲା ୧୬୪ ଭୋଟ୍

ମୁମ୍ବାଇ: ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାର ଫ୍ଲୋର ଟେଷ୍ଟରେ ବହୁମତ ସାବ୍ୟସ୍ତ କରିଛନ୍ତି । ଏକାନାଥଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା ମିଳିଛି । ମ୍ୟାଜିକ ନମ୍ବର ୧୪୪ରୁ ଅଧିକ ଭୋଟ ପାଇ ବାଜିମାତ୍ କରିଛନ୍ତି ସିନ୍ଦେ ।

ତେବେ ଉଦ୍ଧବ ଠାକରେଙ୍କ ଶିବସେନା ତୁଳନାରେ ଶକ୍ତି ପରୀକ୍ଷାରେ ଜିତିଛନ୍ତି ସିନ୍ଦେ । ଏହାପୂର୍ବରୁ ରବିବାର ଦିନ ବିଜେପି ଏବଂ ଏକନାଥ ସିନ୍ଦେ ଦଳର ପ୍ରାର୍ଥୀ ରାହୁଲ ନର୍ଭେକର ମଧ୍ୟ ସମାନ ସଂଖ୍ୟକ ଭୋଟ୍ ପାଇ ବାଚସ୍ପତି ନିର୍ବାଚନରେ ବାଜିମାରିଥିଲେ । ଶିବସେନାର ମାତ୍ର ୧୫ ଜଣ ବିଧାୟକ ସରକାରଙ୍କ ବିରୋଧରେ ଭୋଟ ଦେଇଥିବା ବେଳେ ୪୦ ଜଣ ବିଧାୟକ ସିନ୍ଦେଙ୍କୁ ସମର୍ଥନ କରି ଭୋଟ୍ ଦେଇଛନ୍ତି । ଏହା ଫଳରେ ଉଦ୍ଧବ ଠାକରେଙ୍କ ଶିବସେନା  ପୂର୍ବ ଅପେକ୍ଷା ଆହୁରି ଦୁର୍ବଳ ନଜର ଆସିଛି ।

ସେପଟେ, ଜେଲ୍‌ରେ ଥିବାରୁ ଆଜିର ଏହି ‘ଫ୍ଲୋର୍‌ ଟେଷ୍ଟ୍‌’ରେ ‘ଏନ୍‌ସିପି’ ବିଧାୟକ ନବାବ ମଲ୍ଲିକ ଏବଂ ଅନୀଲ ଦେଶମୁଖ ଭୋଟ୍‌ ଦେଇ ପାରିନାହାନ୍ତି। ଆସନ୍ତା ୬ ମାସ ମଧ୍ୟରେ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ସରକାର ଭାଙ୍ଗିଯିବାର ସମ୍ଭାବନା ଥିବାରୁ ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବ ବୋଲି ‘ଏନ୍‌ସିପି’ ମୁଖ୍ୟ ଶରଦ ପାୱାର୍‌ କହିଛନ୍ତି।

Get real time updates directly on you device, subscribe now.