fbpx

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଲେ ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡନବିସ୍ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଏକନାଥ ସିନ୍ଦେ । ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତାଙ୍କ ସହ ଦେବେନ୍ଦ୍ର ଫଡ଼ନବିସ ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ।

ସୂଚନାଯୋଗ୍ୟ, ଦେବେନ୍ଦ୍ର ଫଡ଼ନବିସ ହିଁ ଘୋଷଣା କରିଥିଲେ ଯେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ । ସେ ଏହା ମଧ୍ୟ କହିଥିଲେ ଯେ ସେ ନିଜେ ସରକାରରେ ରହିବେନି ପରଂ ସରକାରଙ୍କୁ ସହଯୋଗ କରିବେ । ଅବ୍ୟା ଏହାପରେ ଜେପ ନଡ୍ଡା ମିଡିଆ ଆଗରେ କହିଥିଲେ ଯେ ଦଳ ଚାହୁଛି ଯେ ସେ ସରକାରରେ ଉପମୁଖ୍ୟମନ୍ତ୍ରୀ ହୁଅନ୍ତୁ ।

ଏକନାଥ ସିନ୍ଦେ ୪୦ ଶିବସେନା ବିଧାୟକଙ୍କ ସହ ସମୁଦାୟ ୫୦ ବିଧାୟକ ହେବା ନେଇ ଦାବି କରିଛନ୍ତି । ସେପଟେ ଭାଜପାର ୧୦୬ ବିଧାୟକ ରହିଛନ୍ତି । ଶପଥ ଗ୍ରହଣ ଅବସରରେ ଏକନାଥ ସିନ୍ଦେଙ୍କ ପରିବାର ରାଜଭବନ ପହଞ୍ଚିଥିଲେ । ସୂଚନାଯୋଗ୍ୟ, ଏକନାଥ ସିନ୍ଦେ ଉଦ୍ଦବ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ଶପଥ ଗ୍ରହଣ ରେ ଶିବସେନା ବିଧାୟକ ସାମିଲ ହୋଇପାରିନଥିଲେ । ପ୍ରକୃତରେ ବିଦ୍ରୋହୀ ବିଧାୟକ ବର୍ତ୍ତମାନ ଗୋଆରେ ହୋଟେଲରେ ରହିଛନ୍ତି । ଅବଶ୍ୟ ଶପଥ ଗ୍ରହଣ ସମୟରେ ସେମାନେ ହୋଟେଲରେ ଉତ୍ସବ ମନାଇଛନ୍ତି । ଭାଜପାର ନେତାମାନେ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.