fbpx

ପ୍ରେମିକ ସହ ମିଶି ସାନ ଭଉଣୀକୁ କରାଇଲା ଗଣଦୁଷ୍କର୍ମ, ଆଉ ତା ପରେ……

ଉତ୍ତରପ୍ରଦେଶ: ସବୁ ସମ୍ପର୍କ ଭିତରେ ଦୁଇ ଭଉଣୀଙ୍କ ସମ୍ପର୍କ ଖୁବ ମିଠା ଏବଂ ନିବିଡ । ସାନ ଭଉଣୀର ଖୁସି ପାଇଁ କିଛି ବି ତ୍ୟାଗ କରିବାକୁ ରାଜି ହୋଇଯାଇଥାଏ ବଡ ଭଉଣୀ । ସବୁ ଜିନିଷରେ ନିଜ ସାନ ଭଉଣୀ ପାଇଁ ଭାଗ ବି ବସାଇଥାଏ । କିନ୍ତୁ ଏହି ସମ୍ପର୍କରେ କଳାଛିଟା ଲାଗିଛି । ଭଉଣୀ ପାଇଁ ଭାଗ ବସାଇବା ବଦଳରେ ଭଉଣୀକୁ ଭାଗ କରି ଦେଇଛି ନାବାଳିକାର ବଡ ଭଉଣୀ । ପ୍ରେମିକ ଏବଂ ଅନ୍ୟ ୫ ଜଣ ଯୁବକଙ୍କ ହାତକୁ ଟେକି ଦେଇଛି ନିଜ ୧୨ ବର୍ଷର ସାନ ଭଉଣୀକୁ ।

ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଲଖିମପୁର ଅଞ୍ଚଳରେ । ନିଜ ୧୨ ବର୍ଷୀୟ ନାବାଳିକା ଭଉଣୀକୁ ଗଣଦୁଷ୍କର୍ମ କରାଇଛି ବଡ ଭଉଣୀ । ମିଳିଥିବା ସୂଚନା ଅନୁଯାୟୀ, ଯୁବତୀଙ୍କ ପ୍ରେମ ସମ୍ପର୍କ ବିଷୟରେ ସାନ ଭଉଣୀ ଜାଣି ପାରିଥିଲା । ତେବେ ଏହି ସବୁ କଥା କାହାକୁ କହିଦେବା ନେଇ ଯୁବତୀର ଭୟ ରହୁଥିଲା । ତେଣୁ ସାନ ଭଉଣୀକୁ ରାସ୍ତାରୁ ହଟାଇ ଦେଇଛି ବଡ ଭଉଣୀ । ୧୨ ବର୍ଷର ନାବାଳିକାକୁ ନିଜ ପ୍ରେମିକ ଏବଂ ଅନ୍ୟ ୫ ଜଣ ଯୁବକଙ୍କ ହାତକୁ ଗଣ ଦୁଷ୍କର୍ମ କରିବା ପାଇଁ ଟେକି ଦେଇଥିଲା ଯୁବତୀ । କେବଳ ସେତିକି ନୁହେଁ, ଦୁଷ୍କର୍ମ ପରେ ହତ୍ୟା କରି ନାବାଳିକାର ଅଖି ତାଡି ନେଇଥିବା ଜଣାଯାଇଛି ।

ପୋଲିସର ସୂଚନା ମୁତାବକ, ଯୋଜନା ଅନୁସାରେ ଭଉରୀକୁ ଭୁଲାଇ ଏହି ୬ ଜଣ ଅପରାଧୀଙ୍କ ପାଖକୁ ନେଇ ଯାଇଥିଲା ସେହି ଯୁବତୀ । ଏହାପରେ ସେମାନେ ନାବାଳିକାର ଦୁଷ୍କର୍ମ କରିବା ସହ ଯନ୍ତ୍ରଣାଦାୟକ ଭାବେ ହତ୍ୟା କରିଛନ୍ତି । ତେବେ ଏଥିରୁ ଯୁବତୀର ସାନ ଭଉଣୀ ପ୍ରତି ଥିବା ଘୃଣା ଭାବ ଖୁବ ସହଜରେ ବାରି ହୋଇପଡୁଥିବା କହିଛନ୍ତି ଏସପି ସଞ୍ଜୀବ ସୁମନ । ତେବେ ମାମଲା ଜଣାପଡିବା ପରେ ସମସ୍ତଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି ।

Get real time updates directly on you device, subscribe now.