fbpx

SCଙ୍କ ଆଦେଶ- ଶିବସେନା ଉପରେ ଏବେ ନିଷ୍ପତ୍ତି ନନେଉ ନିର୍ବାଚନ ଆୟୋଗ, ସୋମବାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଶିବସେନାର ଦାବି ଉପରେ ଆଜି ମଧ୍ୟ ସୁପ୍ରିମକୋର୍ଟରେ କୌଣସି ନିଷ୍ପତ୍ତି ନିଆଯାଇ ପାରି ନାହିଁ। ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକରେଙ୍କ ଦାବିକୁ ନେଇ ଅଦାଲତ ସୋମବାର ଶୁଣାଣି କରିବେ। ତେବେ ପରବର୍ତ୍ତୀ ଆଦେଶ ପର‌୍ୟ୍ୟନ୍ତ ଶିବସେନାର କୌଣସି ଗୋଷ୍ଠୀର ଦାବି ଉପରେ ନିଷ୍ପତ୍ତି ନନେବାକୁ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି ସୁପ୍ରିମକୋର୍ଟ। ଏହିପରି ଶିବସେନା ଉପରେ ସଂପ୍ରତି କୌଣସି ନିଷ୍ପତ୍ତି ହୋଇ ପାରିନାହିଁ। ଏପରିକି ଏକନାଥ ସିନ୍ଦେଙ୍କ ଦାବି ଉପରେ ନିର୍ବାଚନ ଆୟୋଗ ବର୍ତ୍ତମାନ କୌଣସି ନିଷ୍ପତ୍ତି ନନିଅନ୍ତୁ ବୋଲି ଅଦାଲତ କହିଛନ୍ତି।

ଏକନାଥ ସିନ୍ଦେ ଗୋଷ୍ଠୀ ନିର୍ବାଚନରେ ଦାବି କରିଛନ୍ତି ଯେ, ତାଙ୍କ ଗୋଷ୍ଠୀ ପ୍ରକୃତ ଶିବସେନା ଏବଂ ତାଙ୍କୁ ହିଁ ପାର୍ଟିର ନିର୍ବାଚନୀ ଚିହ୍ନ ତୀର-ଧନୂ ଦିଆଯାଉ। ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି, ଯଦି ଉଦ୍ଧବ ଠାକରେ ଏହି ମାମଲାରେ ଉତ୍ତର ରଖିବା ପାଇଁ ସମୟ ମାଗୁଛନ୍ତି ତେବେ ତାଙ୍କୁ ଦିଆଯିବା ଉଚିତ୍। ଏହି ମାମଲା ଉପରେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୮ ତାରିଖ ଧାର‌୍ୟ୍ୟ କରାଯାଇଛି।

କେବଳ ଏତିକି ନୁହେଁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଅଗଷ୍ଟ ୮ରେ ଆମେ ଏହା ଉପରେ ମଧ୍ୟ ବିଚାର କରିବକୁ ଯେ, କଣ ଏହି ମାମଲାକୁ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇବା ଉଚିତ୍ ନା ନାହିଁ। ଶୁଣାଣିନ ସମୟରେ ଏକନାଥ ସିନ୍ଦେଙ୍କ ଓକିଲ କହିଛନ୍ତି, ଉଦ୍ଧବ ଠାକରେ ପଦରୁ ଇସ୍ତଫା ଦେଇ ଦେଇଥିଲେ। ତେଣୁ ରାଜ୍ୟକୁ ଲମ୍ବା ସମୟ ଧରି ବିନା ସରକାରରେ ରଖାଯାଇ ପାରିବ ନାହିଁ। ଏପରିକି ଆମ ପାଖରେ ବହୁମତ ଥିବା ସିନ୍ଦେ ଗୋଷ୍ଠୀ କହିଛନ୍ତି। ଏଥିପାଇଁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଇଥିଲେ। ଉଦ୍ଧବ ଠାକରେଙ୍କ ପକ୍ଷ ରଖୁଥିବା ଓକିଲ କପିଲ ସିବଲ କହିଛନ୍ତି, ମାମଲାକୁ ସାମ୍ବିଧାନିକ ପୀଠକୁ ପଠାଯିବାର ଆବଶ୍ୟକତା ନାହିଁ। ଏହି ପୀଠ ମଧ୍ୟ ମାମଲାର ଶୁଣାଣି କରି ପାରିବ।

Get real time updates directly on you device, subscribe now.