fbpx

ବଡ଼ ଖବର: କୋଟିଆରେ ହେବ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଟାଙ୍ଗୀ ଜୋନ୍-୧ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ହେବ । ଫେଲ୍ ମାରିଛି ସର୍ବଦଳୀୟ ଉଦ୍ୟମ, ଫଳରେ ମଇଦାନକୁ ଓହ୍ଲାଇଛନ୍ତି ୨ ପ୍ରାର୍ଥୀ । ସର୍ବଦଳୀୟ ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ସ୍ୱାଧୀନ ପ୍ରାର୍ଥୀ । ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କ ସହ ଲଢ଼ିବେ ଟିକାଇ ଗ୍ରେମେଲ । ମୋଟାମୋଟି ଭାବେ ୨ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବ । ଅନ୍ୟ ଜଣେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି ।

ତେବେ ପଞ୍ଚାୟତ ନିର୍ବାଚନକୁୁ ନେଇ ଗାଁ ରାଜନୀତି ବେଶ ସରଗରମ ହୋଇଥିବା ବେଳେ ବିବାଦୀୟ କୋଟିଆ ଉପରେ ସମସ୍ତଙ୍କ ନଜର ଥିଲା । କୋଟିଆରେ କେମିତି ହେବ ନିର୍ବଚାନ ? କିଏ ହେବ ପ୍ରାର୍ଥୀ ? କ’ଣ ହେବ କୋଟିଆ ଭାଗ୍ୟ ? ଏମିତି ଚର୍ଚ୍ଚା ଭିତରେ ପ୍ରାର୍ଥୀ ଚୟନ କରିଥିଲେ ସର୍ବଦଳୀୟ ନେତା । ଅନ୍ୟପଟେ କୋରାପୁଟ ବୈଠକରେ ସର୍ବଦଳୀୟ ନେତାଙ୍କ ସହମତିରେ ଜିଲ୍ଲା ପରିଷଦ ପ୍ରାର୍ଥୀ ମମତା ଜାନୀ ନାମାଙ୍କନ ଭରିଥିବା ବେଳେ ଆଉ ୨ ଜଣ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ, ଯାହା ସର୍ବଦଳୀୟ ନେତାଙ୍କୁ ଅଡୁଆରେ ପକାଇ ପକାଇଥିଲା ।

Get real time updates directly on you device, subscribe now.